ଏନ୍‌ଆଇଏନ୍‌ଏଲ୍‌ ଖଣିରୁ ବାଣିଜ୍ୟିକ ଡେସ୍‌ପ୍ୟାଚ୍‌ ଆରମ୍ଭ

ମାଙ୍ଗାନିଜ୍ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ଅଭିଯୋଗ: ଉଚ୍ଚମାନର ଖଣିକୁ ନିମ୍ନମାନର ଦେଖାଇ ଲୁଟ୍!

India News Diary

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ତହସିଲ୍‌ରେ ଥିବା ଲୁହାପଥର ଖଣିରୁ ଏନ୍‌ଆଇଏନ୍‌ଏଲ୍‌ ପ୍ରଥମ ବାଣିଜ୍ୟିକ ଡେସ୍‌ପ୍ୟାଚ୍‌ ଆରମ୍ଭ କରିଛି। ଏହି ଖଣିରେ ୧୫୩ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବା ବେଳେ ଏହା ୮୭୪.୨୯ ହେକ୍ଟର ଜମିରେ ବ୍ୟାପ୍ତ ରହିଛି। ୨୦୧୭ରେ ଏହି ଖଣିର ଲିଜ୍‌ ଲାଗୁ କରାଯାଇଥିଲା। ମାତ୍ର ଆର୍ଥିକ ସଙ୍କଟ ଓ ବିଭିନ୍ନ ପ୍ରକାର ମଞ୍ଜୁରି ଅଭାବ ଯୋଗୁଁ ଖଣି କାର୍ଯ୍ୟକ୍ଷମ ହୋଇପାରୁନଥିଲା। ତେବେ ସବୁ ପ୍ରକାର ସହାୟତା ମିଳିବା ପରେ ୨୦୨୨ ଫେବ୍ରୁଆରି ୧୪ରୁ ଖଣିରେ ବାଣିଜ୍ୟିକ ଖନନ ଆରମ୍ଭ ହୋଇଛି। ୨୦୨୧ ଅଗଷ୍ଟ ୨୭ରେ ଏନ୍‌ଏମ୍‌ଡିସିର ସିଏମ୍‌ଡି ସୁମିତ ବେ ଓ ଏନ୍‌ଆଇଏନ୍‌ଏଲ୍‌ର ଏମ୍‌ଡି ଆର୍‌ କେ ଝାଙ୍କ ଉପସ୍ଥିତିରେ ଏହି ଖଣିର ଭିତ୍ତିପ୍ରସ୍ତର ସ୍ଥାପନ ‌କରାଯାଇଥିଲା। ଏହି ଖଣି କାର୍ଯ୍ୟକ୍ଷମ ହୋଇଥିବାରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟ ସରକାରଙ୍କୁ ଅଧିକ ରାଜସ୍ବ ମିଳିବ। ଏହା ସହିତ ରାଜ୍ୟ ଭିତରେ ଥିବା କାରଖାନାଗୁଡ଼ିକର ଲୁହାପଥର ଅଭାବକୁ ଦୂର କରିବାରେ ଏହା ସହାୟକ ହେବ। ଖଣିରୁ ଡେସ୍‌ପ୍ୟାଚ୍‌ ଆରମ୍ଭ କରାଯାଇଥିବାରୁ ଏନ୍‌ଆଇଏନ୍‌ଏଲ୍‌ର ଏମ୍‌ଡି କଂପାନିର ପ୍ରତିଷ୍ଠାତା, ଉଭୟ କେନ୍ଦ୍ର ଓ ରାଜ୍ୟର ସରକାରୀ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe