କମର୍ସିଆଲ୍‌ ଏଲ୍‌ପିଜି, ବିମାନ ଇନ୍ଧନ, କିରାସିନି ଦାମ୍ କମିଲା

Advertisment
କମର୍ସିଆଲ୍‌ ଏଲ୍‌ପିଜି, ବିମାନ ଇନ୍ଧନ, କିରାସିନି ଦାମ୍ କମିଲା

ନୂଆଦିଲ୍ଲୀ : ସରକାରୀ ତୈଳ କଂପାନିଗୁଡ଼ିକ କମର୍ସିଆଲ୍ ଏଲ୍‌ପିଜି, ବିମାନ ଇନ୍ଧନ ଓ କିରାସିନି ମୂଲ୍ୟ ହ୍ରାସ କରିଛନ୍ତି। ୧୯ କେଜି ବିଶିଷ୍ଟ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍ ୧୩୫ ଟଙ୍କା ହ୍ରାସ ପାଇବାରୁ ଦିଲ୍ଲୀରେ ଏକ ସିଲିଣ୍ଡର ଦାମ୍ ୨,୨୧୯ ଟଙ୍କାକୁ ଖସିଆସିଛି। ସେହିପରି, ବିମାନ ଇନ୍ଧନ ମୂଲ୍ୟ କିଲୋଲିଟର ପିଛା ୧,୨୦,୩୦୬ ଟଙ୍କାକୁ ହ୍ରାସ ପାଇଛି। ଅଣ-ପିଡିଏସ୍ କିରାସିନିର କିଲୋଲିଠର ପିଛା ଦାମ୍ ୧,୧୧,୮୧୪ ଟଙ୍କାକୁ ହ୍ରାସ ପାଇଛି।

ଶେଷ ଥର ପାଇଁ ମେ’ ୨୨ରେ କିରାସିନି ଦାମ୍‌ରେ ପରିବର୍ତ୍ତନ କରାଯାଇଥିଲା। ଆନ୍ତର୍ଜାତିକ ବଜାରରେ ଏକ ଅଶୋଧିତ ତୈଳ ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ୍ ୧୧୬.୩୮ ଡଲାର ରହିଛି। ୟୁଏସ୍‌ ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମେଡିଏଟ୍‌ କ୍ରୁ୍ଡ୍‌ର ଦାମ୍ ୧୧୫.୩୦ ଡଲାର ରହିଛି। ରୁଷ୍‌ରୁ ତୈଳ ଆମଦାନି ପର୍ଯ୍ୟାୟକ୍ରମେ ବନ୍ଦ କରିବା ଲାଗି ୟୁରୋପୀୟ ସଂଘ ନିଷ୍ପତ୍ତି ନେବା ଓ ସାଂଘାଇରେ ଲକ୍‌ଡାଉନ୍‌ କଟକଣାକୁ ଚୀନ୍‌ କୋହଳ କରିବା ପରେ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe