ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ୧୯କେ.ଜି. ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ହ୍ରାସ ପାଇଥିବା କଥା ‘ଅଏଲ୍ ମାର୍କେଟିଙ୍ଗ୍ କମ୍ପାନି’ ସବୁ କହିଛନ୍ତି। କିନ୍ତୁ, ଘରେ ରନ୍ଧନ ନିମନ୍ତେ ବ୍ୟବହୃତ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ଅପରିବର୍ତ୍ତି ରହିବ ବୋଲି ସେମାନେ କହିଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ବ୍ୟାବସାୟିକ ସିଲିଣ୍ଡର୍ ମୂଲ୍ୟ ଦିଲ୍ଲୀରେ ଟ. ୨୫.୫୦, କୋଲ୍କାତାରେ ଟ. ୩୬.୫୦, ମୁମ୍ବାଇରେ ଟ. ୩୨.୫୦ ଓ ଚେନ୍ନାଇରେ ଟ ୩୫.୫୦ ହ୍ରାସ ପାଇଛି।
Image Courtesy of News18ସଂଶୋଧିତ ଦର ଅନୁଯାୟୀ ଏବେ ଦିଲ୍ଲୀରେ ବ୍ୟାବସାୟିକ ୧୯ କିଲୋ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଟ. ୧,୮୫୯, କୋଲ୍କାତାରେ ଟ. ୧,୯୫୯, ମୁମ୍ବାଇରେ ଟ. ୧,୮୧୧.୫୦, ଚେନ୍ନାଇରେ ଟ. ୨,୦୦୯ରେ ବିକ୍ରୟ ହେଉଛି।
Image Courtesy of India Todayପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ମଧ୍ୟ ତୈଳ ବିପଣନକାରୀ କମ୍ପାନି ସବୁ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଟ. ୯୧.୫୦ ପଇସା କମାଇ ଥିଲେ।
ସୂଚନାଯୋଗ୍ୟ, ବିଭିନ୍ନ ସହରରେ ‘ଏଲ୍ପିଜି’ ଦର ଭିନ୍ନ ଭିନ୍ନ ହୋଇଥାଏ ଏବଂ ପ୍ରତି ମାସରେ ଦର ମଧ୍ୟ ସମୀକ୍ଷା କରାଯାଏ। ଦରରେ ପରିବର୍ତ୍ତନ କରାଯିବାକୁ ଥିଲେ, ମାସର ପହିଲାରେ ତାହା ଲାଗୁ କରାଯାଏ।
Follow Us