Image Courtesy of United News of India
ନୂଆଦିଲ୍ଲୀ: ଆଜି ଠାରୁ ଜାତୀୟ ତୈଳ ବିପଣନକାରୀ କମ୍ପାନିମାନେ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି ସିଲିଣ୍ଡର୍’ ମୂଲ୍ୟ ଟ. ୧୦୨.୫୦ ହ୍ରାସ କରିଛନ୍ତି। ହ୍ରାସ ପାଇଥିବା ଦର ଆଜି ଅର୍ଥାତ୍ ୨୦୨୨ ଜାନୁଆରି ୧ ତାରିଖ ଠାରୁ ଲାଗୁ ହେବ।
ସେହି ହିସାବରେ, ଆଜି ଠାରୁ ଦିଲ୍ଲୀରେ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି ସିଲିଣ୍ଡର୍’ ମୂଲ୍ୟ ଟ. ୧୯୯୮.୫୦ ବିକ୍ରୟ ହେଉଛି। ଦର ହ୍ରାସ ଫଳରେ ରେସ୍ତୋରାଁ, ଜଳଖିଆ ଦୋକାନି ଏବଂ ଚା ଷ୍ଟଲ୍ ସବୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି।
Image Courtesy of The Times of Indiaଗତ ଡିସେମ୍ବର ୧ ତାରିଖରେ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି ସିଲିଣ୍ଡର୍’ ମୂଲ୍ୟ ଟ. ୧୦୦/- ବୃଦ୍ଧି କରାଯିବାରୁ ଦିଲ୍ଲୀରେ ଏହାର ଦର ଥିଲା ଟ. ୨,୧୦୧/-। ଏହା ଥିଲା ଦ୍ବିତୀୟ ବାର ସର୍ବାଧିକ ଦାମ୍ ଥିବା ସିଲିଣ୍ଡର୍। ଏହା ପୂର୍ବରୁ ୨୦୧୨-୧୩ରେ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି ସିଲିଣ୍ଡର୍’ର ମୂଲ୍ୟ ଥିଲା ଟ. ୨,୨୦୦/-।
ଅନ୍ୟ ପକ୍ଷରେ, ଘରୋଇ ବ୍ୟବହାର ପାଇଁ ଥିବା ୧୪.୨ କିଲୋ, ୫ କିଲୋ, ଏବଂ ୧୦ କିଲୋ କମ୍ପୋଜାଇଟ୍ କିଂବା ୫ କିଲୋ କମ୍ପୋଜାଇଟ୍ ସିଲିଣ୍ଡର୍ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଅର୍ଥାତ୍ ସେ ସବୁର ମୂଲ୍ୟ ହ୍ରାସ କରାଯାଇନାହିଁ।
Follow Us