କମର୍ସିଆଲ୍‌ ଏଲ୍‌ପିଜି ଦାମ୍ ୯୧.୫୦ ଟଙ୍କା ହ୍ରାସ: ଡିଜେଲ, ବିମାନ ଇନ୍ଧନ ରପ୍ତାନି ଟିକସ ବୃଦ୍ଧି

Advertisment
ଉଜ୍ଜଳା ଯୋଜନାରେ  ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ଜାରି ରହିବ

Image Courtesy of India Today

ନୂଆଦିଲ୍ଲୀ: ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକରେ ବ୍ୟବହାର ହେଉଥିବା ୧୯ କେଜିଆ କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ଦାମ୍ ୯୧ ଟଙ୍କା ୫୦ ପଇସା ହ୍ରାସ ପାଇଛି। ଫଳରେ ଦିଲ୍ଲୀରେ ଏଭଳି ସିଲିଣ୍ଡର ଦାମ୍ ୧,୮୮୫ ଟଙ୍କା ହୋଇଛି। କିନ୍ତୁ ଲୋକମାନେ ରୋଷେଇ ପାଇଁ ଘରେ ବ୍ୟବହାର କରୁଥିବା ୧୪.୨ କେଜିଆ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ହ୍ରାସ ପାଇବାରୁ କମର୍ସିଆଲ୍‌ ଏଲ୍‌ପିଜି ଶସ୍ତା ହୋଇଛି। ଏବେବି ୧୪.୨ କେଜି ସିଲିଣ୍ଡର ଦାମ୍ ୧୦୫୩ ଟଙ୍କା ରହିଛି। ଅନ୍ୟ ପକ୍ଷରେ ଆଜି ବିମାନରେ ବ୍ୟବହାର କରାଯାଉଥିବା ଇନ୍ଧନ ମୂଲ୍ୟରେ ମଧ୍ୟ ୮୭୪ ଟଙ୍କାର ହ୍ରାସ କରାଯାଇଛି। ଫଳରେ ଏକ କିଲୋଲିଟର ବିମାନ ଇନ୍ଧନ ଦାମ୍ ୧,୨୧,୦୪୧ ଟଙ୍କାକୁ ହ୍ରାସ ପାଇଛି।

ଅନ୍ୟ ଏକ ଘଟଣାକ୍ରମରେ ସରକାର ବିମାନ ଇନ୍ଧନ ଓ ଡିଜେଲ୍‌ ରପ୍ତାନି ଉପରେ ଟିକସକୁ ବୃଦ୍ଧି କରିଛନ୍ତି। ଡିଜେଲ୍‌ରେ ଟିକସକୁ ଲିଟର ପିଛା ୭ ଟଙ୍କାରୁ ବଢ଼ାଇ ୧୩.୫ ଟଙ୍କା କରାଯାଇଥିବା ବେଳେ ବିମାନ ଇନ୍ଧନରେ ତାହା ଲିଟର ପିଛା ୨ ଟଙ୍କାରୁ ବୃଦ୍ଧି ପାଇ ୯ ଟଙ୍କା ହୋଇଛି। ସେପ୍ଟେମ୍ବର ୧ରୁ ନୂଆ ଟିକସ ହାର ଲାଗୁ ହୋଇଛି। ଦେଶ ଭିତରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ରପ୍ତାନିରେ ଟିକସକୁ ଟନ୍‌ ପିଛା ୧୩ ହଜାର ଟଙ୍କାରୁ ବଢ଼ାଇ ୧୩,୩୦୦ ଟଙ୍କା କରାଯାଇଛି। ଅନ୍ୟପକ୍ଷରେ, ଏକ ସରକାରୀ ଗ୍ୟାସ୍ କଂପାନି ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ରିଫିଲ୍ ଉପରେ କଟକଣା ଲଗାଇଛି। ବିପିସିଏଲ୍‌ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ରିଫିଲ୍‌ ପାଇଁ ୧୫ ଦିନରେ ଥରେ ବରାଦ ଦିଆଯାଇପାରିବ। ଅନ୍ୟ ଗ୍ୟାସ କଂପାନିଗୁଡ଼ିକ ମଧ୍ୟ ସେଭଳି କଟକଣା ଲାଗୁ କରିପାରନ୍ତି ବୋଲି ବିଚାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe