Image Courtesy of India Today
ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ ଆଜି ବାଣିଜ୍ୟିକ ଏଲ୍ପିଜି ଦାମ୍ ହ୍ରାସ କରିଛି। ୧୯ କିଲୋବିଶିଷ୍ଟ ସିଲିଣ୍ଡର ଦାମ୍ ୧୦୨ ଟଙ୍କା ୫୦ ପଇସା କମିଛି। ଫଳରେ ଆଜିଠାରୁ ଦିଲ୍ଲୀରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦାମ ୨୦୦୪ ଟଙ୍କାକୁ କମିଯାଇଛି। ଭୁବନେଶ୍ବରରେ ଏହି ଦର ୨୧୦୧ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି। ଫଳରେ ହୋଟେଲ, ରେସ୍ତୋରାଁ ଏବଂ କ୍ୟାଟରରମାନେ କିଛି ମାତ୍ରାରେ ଆଶ୍ବସ୍ତ ହେବେ। କିନ୍ତୁ ଘରୋଇ ଏଲ୍ପିଜି ଦରରେ କୌଣସି ହ୍ରାସ କରାଯାଇ ନାହିଁ। ଡିସେମ୍ବରରେ ଗ୍ରାହକମାନେ ଯେଉଁ ଦରରେ ଘରୋଇ ଏଲ୍ପିଜି କିଣୁଥିଲେ ଜାନୁଆରିରେ ମଧ୍ୟ ସେହି ଦରରେ କିଣିବେ।
Follow Us