କମର୍ସିଆଲ୍ ଏଲ୍‌ପିଜି ଦାମ୍ ୧୦୦ ଟଙ୍କା ବଢ଼ିଲା

Advertisment
କମର୍ସିଆଲ୍ ଏଲ୍‌ପିଜି ଦାମ୍ ୧୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ : ହୋଟେଲ୍‌, ରୋସ୍ତୋରାଁ ଓ କ୍ୟାଟରିଂ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା କମର୍ସିଆଲ୍ ଏଲ୍‌ପିଜି ଦାମ୍‌ରେ ଆଜି ୧୦୦ ଟଙ୍କାର ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ ସିଲିଣ୍ଡର ଦାମ୍ ୨୧୦୧ ଟଙ୍କା ହୋଇଯାଇଛି। ଶେଷ ଥର ପାଇଁ ୨୦୧୨-୧୩ରେ କମର୍ସିଆଲ୍‌ ସିଲିଣ୍ଡର ଦାମ୍ ୨,୨୦୦ ଟଙ୍କା ସ୍ତରରେ ପହଞ୍ଚିଥିଲା। ଏଲ୍‌ପିଜି ଦାମ୍‌ ବଢ଼ିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହା ପୂର୍ବରୁ ‌ସେପ୍ଟେମ୍ବରରେ ଏହି ସିଲିଣ୍ଡର ଦାମ୍ ୭୫ ଟଙ୍କା, ଅକ୍ଟୋବର ୧ରେ ୪୫ ଟଙ୍କା ଓ ନଭେମ୍ବର ୧ରେ ୨୬୬ ଟଙ୍କା ବଢ଼ିଥିଲା। ପ୍ରତି ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ସଂଶୋଧନ କରାଯାଉଛି। ଆଜିର ଦରବୃଦ୍ଧି ପରେ ଭୁବନେଶ୍ବରରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୨୨୦୩ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ବାରା ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକ ପ୍ରଭାବିତ ହେବେ। ଲୋକମାନେ ଘରେ ବ୍ୟବହାର କରୁଥିବା ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦାମ୍ ୯୨୬ ଟଙ୍କାରେ ଅପରିବର୍ତ୍ତିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe