୨୫ କିଲୋରୁ ଊର୍ଦ୍ଧ୍ବ ଖାଦ୍ୟଶସ୍ୟ ବସ୍ତା ଉପରେ ‘ଜିଏସ୍‌ଟି’ ଲାଗୁ ହେବ ନାହିଁ: ଅର୍ଥ ମନ୍ତ୍ରାଳୟ

Advertisment
୨୫ କିଲୋରୁ ଊର୍ଦ୍ଧ୍ବ ଖାଦ୍ୟଶସ୍ୟ ବସ୍ତା ଉପରେ ‘ଜିଏସ୍‌ଟି’ ଲାଗୁ ହେବ ନାହିଁ: ଅର୍ଥ ମନ୍ତ୍ରାଳୟ

Image Courtesy of NDTV

ନୂଆଦିଲ୍ଲୀ: ୨୫ କିଲୋରୁ ଅଧିକ ଥିବା ସାମଗ୍ରୀ ଏବଂ ଡାଲି, ଶସ୍ୟ, ଚାଉଳ, ଗହମ, ଅଟା ଆଦି ଖାଦ୍ୟ ସାମଗ୍ରୀ ଉପରେ ‘ଜିଏସ୍‌ଟି’ ଲାଗୁ ହେବନାହିଁ ବୋଲି ଆଜି କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇ କହିଛନ୍ତି। ଏହାଛଡ଼ା, ୨୫ ଲିଟର୍‌ରୁ ଅଧିକ ପରିମାଣରେ ପ୍ୟାକେଟ୍‌ ହୋଇଥିବା ତରଳ ପଦାର୍ଥ ଉପରେ ମଧ୍ୟ ‘ଜିଏସ୍‌ଟି’ ଲାଗୁ ହେବନାହିଁ ବୋଲି ସରକାର କହିଛନ୍ତି।

ଆଜି ସକାଳେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି: ଉଦାହରଣସ୍ବରୂପ ଖାଉଟିଙ୍କ ନିମନ୍ତେ ଖୁଚୁରା ବଜାରରେ ବିକ୍ରୟ ନିମନ୍ତେ ବସ୍ତା ହୋଇଥିବା ୨୫ କିଲୋ ଅଟା ନିମନ୍ତେ ଖାଉଟି ୫% ‘ଜିଏସ୍‌ଟି’ ଦେବେ। କିନ୍ତୁ, ବସ୍ତାରେ ସେହି ଏକା ସାମଗ୍ରୀ ୩୦ କିଲୋ ଥିଲେ ‘ଜିଏସ୍‌ଟି’ ଲାଗିବ ନାହିଁ।

ପୂର୍ବରୁ ପ୍ୟାକ୍‌ ହୋଇ ଲେ‌ବୁଲ୍‌ ଲଗାଯାଇଥିବା ୨୫ କିଲୋବିଶିଷ୍ଟ ସାମଗ୍ରୀ ଉପର ‘ଜିଏସ୍‌ଟି’ ଲାଗୁ ହେବ ବୋଲି ସରକାର କହିଥିଲେ।

ସୂଚନାଯୋଗ୍ୟ, ଜୁନ୍‌ ୨୯ ତାରିଖରେ ଆୟୋଜିତ ୪୭ତମ ବୈଠକରେ ‘ଜିଏସ୍‌ଟି’ ପରିଷଦ୍‌ କାଳି, ପେନ୍‌ସିଲ୍ କଟାକଳ, ଛୁରି, ଚାମଚ, ଏଲ୍‌ଇଡି ଲ୍ୟାମ୍ପ୍‌, ସୋଲାର୍‌ ୱାଟର୍‌ ହିଟର୍‌ ଏବଂ ଶକ୍ତି-ଚାଳିତ ପମ୍ପ୍‌ ଭଳି ଅନେକ ସାମଗ୍ରୀ ଉପରେ ବୃଦ୍ଧି କରିଥିବା ଟିକସ ଆଜିଠାରୁ ଲାଗୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe