ଅବତରଣ ସମୟରେ ବିମାନର ଛାତ ଭାଙ୍ଗି ମୁଣ୍ଡ ଉପରେ ଖସି ପଡ଼ିଲା ! ଏୟାର ଇଣ୍ଡିଆ ବିମାନରେ ଯାତ୍ରାର ଛାତିଥରା ଅନୁଭୂତି ବଖାଣିଲେ ବ୍ୟବସାୟୀ

Advertisment

indiatoday.in

ନୂଆଦିଲ୍ଲୀ : ନୋଏଡାରେ ରହୁଥିବା ବ୍ୟବସାୟୀ ସୁମଚିତ୍‌ ଆନନ୍ଦଙ୍କ ସହ ଏୟାର ଇଣ୍ଡିଆ ବିମାନ ମଧ୍ୟରେ ଯେଉଁ ଅଘଟଣ ଘଟିଥିଲା ତାହା ସେ ସମସ୍ତଙ୍କୁ ଜଣାଇଛନ୍ତି । ମେ’ ୯ତାରିଖରେ ତାଙ୍କୁ ବିମାନ ଯାତ୍ରା ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିବା ବେଳେ ଏବେ ଜାତୀୟ ଗଣମାଧ୍ୟମ  ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଯାତ୍ରା ସମୟର ଛାତିଥରା ଅନୁଭୂତି ବଖାଣିଛନ୍ତି ସୁମଚିତ୍‌ ।

ସୁମଚିତ୍‌ ଆନନ୍ଦଙ୍କ କହିବା ଅନୁଯାୟୀ, ‘ମୁଁ ଅନ୍‌ଲାଇନ୍‌ ଦୁଇଟି ସିଟ୍‌ ବୁକ୍‌ କରିଥିଲେ ମଧ୍ୟ ବୋଡିଂ ଗେଟ୍‌ ପାଖରେ ପହଞ୍ଚିବା ପରେ ମୋର ଏବଂ ମୋ ପତ୍ନୀଙ୍କର ସିଟ୍‌ ବଦଳାଇ ଦିଆଯାଇଥିଲା । ଏ ନେଇ ବିମାନର କ୍ର୍ୟୁ ସଦସ୍ୟଙ୍କ ସହ ୨୦ମିନିଟ୍‌ ବଚସା ହେବା ପରେ ସେମାନେ ମୋତେ ଏବଂ ମୋ ପତ୍ନୀଙ୍କୁ ପାଖା ପାଖି ସିଟ୍‌ ଦେଇଥିଲେ । ମୁଁ ଭାବିଲି ବୋଧ ହୁଏ ଏଇଠି ସବୁ ସମସ୍ୟା ଶେଷ ହୋଇଗଲା । କିନ୍ତୁ ଦିଲ୍ଲୀରେ ବିମାନ ଦ୍ରୁତ ବେଗରେ ଅବତରଣ କରିବାରୁ ମୋ ମୁଣ୍ଡ ଉପରେ ବିମାନର ଛାତ ଖସି ପଡ଼ିଥିଲା । ସେ ସମୟରେ ମୋତେ ମରିବା ଭଳି ଅନୁଭବ ହୋଇଥିଲା । ମୃତ୍ୟୁକୁ ମୁଁ ଖୁବ୍‌ ପାଖରୁ ଦେଖିଥିଲି । କିଛି ସମୟ ପାଇଁ ମୁଁ କିଛି ଭାବିବା ଅବସ୍ଥାରେ ନଥିଲି । ଏହା ପରେ ମୋର ପ୍ରାଥମିକ ଚିକିତ୍ସା କରାଯିବା ପରେ ମୁଁ ଠିକ୍‌ ହୋଇଥିଲି । ଏହି ମାମଲାକୁ ନେଇ ମୁଁ ୨ମାସ ହେଲାଣି ଏୟାର ଇଣ୍ଡିଆକୁ ଜଣାଇ ସାରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ବା ବିମାନସେବାରେ ସୁଧାର ଅଣାଯାଇଛି କି ନାହିଁ ବୋଲି ଏୟାରଲାଇନ୍ସ ପକ୍ଷରୁ ମୋତେ କୌଣସି ଜବାବ ଦିଆଯାଇ ନାହିଁ। ମୁଁ ଶେଷରେ ମିଡିଆର ସାହାଯ୍ୟ ନେଇ ଏହି ଘଟଣାକୁ ସାର୍ବଜନିକ କରିବାକୁ ନିଷ୍ପତ୍ତି ନେଇଥିଲି । ଯାହାଦ୍ୱାରା ଏଭଳି ଘଟଣା ଆଉ କାହା ସହ ଘଟିବ ନାହିଁ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe