ଶକ୍ତିକାନ୍ତଙ୍କୁ ସୁପରହିରୋ ସହ ତୁଳନା

Advertisment
କରୋନା ପାଇଁ ଶକ୍ତିକାନ୍ତଙ୍କ ମଲମ: ରେପୋ, ରିଭର୍ସ ରେପୋ ହାର ଅପରିବର୍ତ୍ତିତ, ଜିଡିପି ଅଭିବୃଦ୍ଧି ୧୦.୫% ଆକଳନ

New Indian Express

ମୁମ୍ବାଇ: ଟଙ୍କାର ବିନିମୟ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଓ ବୈଦେଶିକ ମୁଦ୍ରା ଭଣ୍ଡାରକୁ ଅତି ବିଚକ୍ଷଣ ଢଙ୍ଗରେ ପରିଚାଳନା କରିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସଫଳ ହୋଇଛନ୍ତି। ସେଥିପାଇଁ ଗଣମାଧ୍ୟମରେ ତାଙ୍କୁ ସୁପରହିରୋ ସହ ତୁଳନା କରାଯାଇଛି। କୋଭିଡ୍-୧୯ ସଙ୍କଟ ଦେଖା ଦେବା ପରେ ଡଲାର ଦାମ୍ ହଠାତ ବଢ଼ିଯାଇଥିଲା। ପୋର୍ଟଫୋଲିଓ ନିବେଶକମାନେ ଭାରତରେ ନିବେଶ କରିଥିବା ପୁଞ୍ଜିକୁ ପ୍ରତ୍ୟାହାର କରିନେଇଥିଲେ। ଫଳରେ ଡଲାର ତୁଳନାରେ ଟଙ୍କା ଦ୍ରୁତ ଗତିରେ ଦୁର୍ବଳ ହୋଇଥିଲା। ଏସିଆର ଅନ୍ୟତମ ଖରାପ ପ୍ରଦର୍ଶନ କରୁଥିବା ବିନିମୟ ମୁଦ୍ରା ତାଲିକାରେ ଟଙ୍କା ସାମିଲ ହୋଇଥିଲା। ଟଙ୍କାକୁ ଏଭଳି ଦୟନୀୟ ସ୍ଥିତିରୁ ଉଦ୍ଧାର କରିବା ଲାଗି ଶକ୍ତିକାନ୍ତ ଯୋଜନା ପ୍ରସ୍ତୁତ କରିଥିଲେ। ଡଲାରକୁ ନେଇ ବଜାରରେ ରହିଥିବା ଚାହିଦା ପୂରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ୫୨୦ କୋଟି ଡଲାର ମୂଲ୍ୟର ଡଲାର ବିକ୍ରି କରାଯାଇଥିଲା।

ଫଳରେ ଟଙ୍କା ମୂଲ୍ୟର ଦ୍ରୁତ ସୁଧାର ଘଟିଥିଲା। ଏକ ଡଲାରର ଦାମ୍ ୭୪-୭୫ ଟଙ୍କା ସ୍ତରରେ ରହିଥିଲା। ଯଦି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିନଥାନ୍ତା ତେ‌ବେ ଟଙ୍କାରେ ଆହୁରି ଅବମୂଲ୍ୟାୟନ ହୋଇଥାନ୍ତା। ଏହି ଠାରେ ରିଜର୍ଭ ବ୍ୟାଙ୍କ ଅଟକିନଥିଲା। ‌‌ବ‌ୈଦେଶିକ ମୁଦ୍ରା ଭଣ୍ଡାରରୁ ଏହା ଯେତିକି ଡଲାର ବିକିଥିଲା, ସେହି ଫାଙ୍କା ସ୍ଥାନ ପୂରଣ କରିବା ଲାଗି ମେ’ ମାସରେ ସ୍ପଟ୍ ମାର୍କେଟ୍ ଓ ଫରୱାର୍ଡ ମାର୍କେଟ୍‌ରୁ ୪୪୦ କୋଟି ଡଲାର କିଣିଥିଲା। ଫଳରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଏହାର ସର୍ବକାଳୀନ ରେକର୍ଡ ସ୍ତର ୫୧,୩୦୦ କୋଟି ଡଲାରରେ ପହଞ୍ଚିଥିଲା। ଅତୀତରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନ ଓ ୱାଇ ଭି ରେଡ୍ଡି ଯେଉଁଭଳି ବୈଦେଶିକ ମୁଦ୍ରା ଭଣ୍ଡାରର ପରିଚାଳନା କରୁଥିଲେ ଶକ୍ତିକାନ୍ତ ଠିକ୍ ସେହିପରି ଭାବେ ଆଗକୁ ବଢ଼ି ସଫଳତା ପାଇଛନ୍ତି। ଭାରତୀ ଏୟାରଟେଲ୍ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସେୟାର ବିକ୍ରିରୁ ଅଧିକ ଡଲାର ଦେଶକୁ ଆସିଛି। ଏହା ବାଦ ଜିଓ ପ୍ଲାଟଫର୍ମସ୍‌ରେ ବିଦେଶୀ ନିବେଶକମାନେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି। ଆଗାମୀ କିଛି ଦିନ ଭିତରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୫୫,୦୦୦ କୋଟି ଡଲାରରେ ପହଞ୍ଚିବ ବୋଲି ବ୍ୟାଙ୍କ ଅଫ୍ ଆମେରିକା ଆକଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe