ସୁଧାରକୁ ଅଷ୍ଟ୍ରେଲିଆ ଟେଷ୍ଟ୍‌ ବିଜୟ ସହ ତୁଳନା

Advertisment
ଖାଦ୍ୟ ସବ୍‌ସିଡି କାଟ୍‌ ପାଇଁ ସୁପାରିସ

Zee News

ନୂଆଦିଲ୍ଲୀ : କରୋନା ଯୋଦ୍ଧାମାନେ ମହାମାରୀ ବିରୋଧରେ କରିଥିବା ସାହସିକ ଲଢ଼େଇକୁ ‌ସର୍ଭେରେ ଢେର ପ୍ରଶଂସା କରାଯାଇଛି। ଦେଶର ସାମୂହିକ ଦୂରଦୃଷ୍ଟିକୁ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନ କାର୍ଯ୍ୟକାରୀ କରିବା ଦ୍ବାରା ଅର୍ଥନୀତିରେ ଇଂରାଜୀ ଅକ୍ଷର ‘ଭି’ ଆକୃତିର ସୁଧାର ଆସିଛି। ଏହି ଚିନ୍ତାଧାରା ନିକଟରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ପ୍ରତିଫଳିତ ହୋଇଛି ବୋଲି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କୃଷ୍ଣମୂର୍ତ୍ତି ଭି ସୁବ୍ରମଣ୍ୟମ୍ ଉଲ୍ଲେଖ କରିଛନ୍ତି। ଉକ୍ତ କ୍ରିକେଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚରେ ଭାରତ ଗୋଟିଏ ଇନିଂସରେ ୩୬ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। କିନ୍ତୁ ସେହି କଠିନ ପରିସ୍ଥିତିରୁ ଭାରତୀୟ ଟିମ୍‌ ମୁକୁଳି ଶୃଙ୍ଖଳାରେ ବିଜୟ ହାସଲ କରିଲା। ଏହା ଭାରତୀୟ କ୍ରିକେଟ୍‌ ଟିମ୍‌ର ‘ଭି’ ଆକୃତିର ପ୍ରଦର୍ଶନ ବୋଲି କୁହାଯାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ଭାରତ ବିଶ୍ବର ଦ୍ରୁତତମ ଅଭିବୃଦ୍ଧି ହାସଲକାରୀ ରା‌ଷ୍ଟ୍ରରେ ପରିଣତ ହେବା ଆଶା ରଖାଯାଇଥିବା କୁହାଯାଇଛି।

ବାର୍‌ବେଲ୍‌ ରଣନୀତି ନେଇ ଚର୍ଚ୍ଚା
ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ‘ବାର୍‌ବେଲ୍ ରଣନୀତି’କୁ ଗ୍ରହଣ କରିଥିଲେ। ଫାଇନାନ୍ସ ବିଷୟରେ ବାର୍‌ବେର୍‌ ରଣନୀତିର ବେଶ ମହତ୍ବ ରହିଛି। ଏହି ରଣନୀତିରେ ପ୍ରଥମେ ବିଚାର କରାଯାଏ ଯେ ଫଳାଫଳ ଅତ୍ୟନ୍ତ ଖରାପ ହେବ ଓ ସେହି ଅନୁସାରେ ତାହାର ମୁକାବିଲା କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଏ। ସରକାର ଠିକ୍ ସେହି ଅନୁସାରେ କାମ କରିଥିଲେ। କରୋନାକୁ ନିୟନ୍ତ୍ରଣରେ ରଖିବା ଲାଗି ବିଭିନ୍ନ ପର୍ଯ୍ୟାୟରେ କଟକଣା ଲାଗୁ କରାଯାଇଥିଲା। ଆଗୁଆ ଏବଂ ବ୍ୟାପକ ଲକ୍‌ଡାଉନ୍ ଘୋଷଣା କରାଯିବାରୁ କରୋନା ମହାମାରୀ ଚରମ ସୀମାରେ ପହଞ୍ଚିବା ଲାଗି ଅିକ ସମୟ ଲାଗିଥିଲା ଏବଂ ସେହି ସମୟ ଭିତରେ ଏହାର ମୁକାବିଲା ଲାଗି ଆବଶ୍ୟକ ପ୍ରସ୍ତୁତି ହୋଇପାରିଥିଲା।

ଥାଳି ଅର୍ଥନୀତିରେ ବୁଝାଇଲେ ଲୋକଙ୍କ ପୀଡ଼ା
ନୂଆଦିଲ୍ଲୀ : ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ଥାଳି ଅର୍ଥନୀତି ବିଷୟରେ ଆଲୋଚନା କରିଛନ୍ତି। ସେ ସର୍ଭେରେ ଲେଖିଛନ୍ତି ଯେ ମହାମାରୀ ସମୟରେ ୨୦୨୦ ଏପ୍ରିଲ୍‌ରୁ ନଭେମ୍ବର ମାସ ଭିତରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିରାମିଷ ଖାଦ୍ୟ ଥାଳିର ଦାମ୍ ପ୍ରାୟ ୨୬ ଟଙ୍କାରୁ ବୃଦ୍ଧି ପାଇ ୨୯ ଟଙ୍କା ୫୦ ପଇସାରେ ପହଞ୍ଚିଥିଲା। ଏହି ସମୟରେ ଗ୍ରାମାଞ୍ଚଳ‌ ହିସାବରେ ଆଣ୍ଡାମାନ ଓ ନିକୋବରେ ନିରାମିଷ ଖାଦ୍ୟ ଥାଳି ଦାମ୍ ସର୍ବାଧିକ ୩୮ ଟଙ୍କା ୭୦ ପଇସା ଥିଲା ଓ ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ ସର୍ବନିମ୍ନ ୨୩ ଟଙ୍କା ୧୦ ପଇସା ଥିଲା। ଆମିଷ ଥାଳି ଦାମ୍ ଅରୁଣାଚଳପ୍ରଦେଶରେ ସର୍ବାଧିକ ୪୮ ଟଙ୍କା ୫୦ ପଇସା ଓ ଚଣ୍ଡିଗଡ଼ରେ ସର୍ବନିମ୍ନ ୨୯ ଟଙ୍କା ୯୦ ପଇସା ଥିଲା। ସେହିପରି, ସହରାଞ୍ଚଳ ମଧ୍ୟରୁ ଆଣ୍ଡାମାନ ଓ ନିକୋବରରେ ନିରାମିଷ ଥାଳି ଦାମ୍ ସର୍ବାଧିକ ୪୦ ଟଙ୍କା ଓ ମଧ୍ୟପ୍ରଦେଶରେ ସର୍ବନିମ୍ନ ୨୪ ଟଙ୍କା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe