ଏଣିକି ହ୍ଵାଟ୍‌ସଆପ୍‌ ଜରିଆରେ କରିହେବ ଚୋରି ଅଭିଯୋଗ, ଆଉ ଥାନାକୁ ଯିବା ଦରକାର ନାହିଁ

Advertisment
ଏଣିକି ହ୍ଵାଟ୍‌ସଆପ୍‌ ଜରିଆରେ କରିହେବ ଚୋରି ଅଭିଯୋଗ, ଆଉ ଥାନାକୁ ଯିବା ଦରକାର ନାହିଁ

ଜିନିଷ ଚୋରି ହେଲେ ଆଉ କୌଣସି ଭୟ ନାହିଁ। ଏଣିକି ସହଜ ଉପାୟରେ ଘରେ ବସି କରିପାରବେ ଅଭିଯୋଗ। ମୋବାଇଲ, ପାସପୋର୍ଟ, ପର୍ସ କିମ୍ବା ଆଇଡି କାର୍ଡ ହଜିଗଲେ କିମ୍ବା ଚୋରି ହୋଇଗଲେ ଏନେଇ ଅଭିଯୋଗ କରିବା ନିମନ୍ତେ ଆଉ ଆପଣଙ୍କୁ କୌଣସି ଥାନାକୁ ଦୌଡ଼ିବାକୁ ପଡିବ ନାହିଁ। ବରଂ ଆପଣ ଘରେ ବସି ଆପଣଙ୍କର ହ୍ଵାଟ୍‌ସଆପ ନମ୍ବରରୁ ପୁଲିସ ଅଧିକାରୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ। ଏବଂ ପୁଲିସ ମଧ୍ୟ ଆପଣଙ୍କର ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ଏଭଳି ଏକ ନିଆରା ବ୍ୟବସ୍ଥା ଆରମ୍ଭ କରିଛି ହିମାଚଳ ପୁଲିସ।

ଜନତାଙ୍କର ସୁବିଧାକୁ ଦୃଷ୍ଟିରେ ରଖି ହିମାଚଳ ପୁଲିସ ଏଭଳି ଏକ ନିଆର ସୁବିଧା ଆରମ୍ଭ କରିଛି। ଯାହାଦ୍ୱାରା ଲୋକେ ବିନା କୌଣସି ପୁଲିସ ଷ୍ଟେସନ ଯାଇ ନିଜର ଅଭିଯୋଗକୁ ପୁଲିସ ଅଧିକାରୀଙ୍କୁ ଜଣାଇପାରିବେ। ପୁଲିସ ଅଧିକାରୀଙ୍କ ହ୍ଵାଟ୍‌ସଆପ ନମ୍ବର ତଥା ୯୪୫୯୧୦୦୧୦୦ ନମ୍ବରରେ ଖାଲି ଗୋଟିଏ ମେସେଜ କରି ଲୋକେ ନିଜର ସମସ୍ୟା ସଂପର୍କରେ ଅବଗତ କରିପାରିବେ। ଖାଲି ଏତିକି ନୁହେଁ ଏହି ଜନତାଙ୍କ ଦ୍ୱାରା ହ୍ଵାଟ୍‌ସଆପରେ ପଠାଯାଇଥିବା ଏହି ଅଭିଯୋଗର ଏକ କପି ମଧ୍ୟ ଅଭିଯୋଗକାରୀଙ୍କୁ ହ୍ଵାଟ୍‌ସଆପ ଜରିଆରେ ପୁଲିସ ଅଧିକାରୀ ପଠାଇବେ। ସାଧାରଣତଃ ସିମକାର୍ଡ, ଆଇ କାର୍ଡ କିମ୍ବା ଏଭଳି ପ୍ରକାରର ଜିନିଷ ଚୋରି କିମ୍ବା ହଜି ଗଲେ ଲୋକେ ତାକୁ ଫେରି ପାଇବା ପାଇଁ ଥାନାକୁ ଯାଇ ଏକ ମାମଲା ରୁଜୁ କରିଥାନ୍ତି। ଯେଉଁଥିପାଇଁ ଲୋକଙ୍କୁ ବାରମ୍ବାର ଥାନାକୁ ଦୌଡ଼ିବାକୁ ପଡିଥାଏ। ତାପରେ ଯାଇ ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥାଏ। ତେବେ ଜନତାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ହିମାଚଳ ପୁଲିସ ସୋସିଆଲ ମିଡିଆର ସାହାରା ନେଇଛି। ଯାହାଦ୍ୱାରା ଲୋକେ ନିଜ ଅଭିଯୋଗ ପୁଲିସ ଅଧିକାରୀଙ୍କ ହ୍ଵାଟ୍‌ସଆପ ନମ୍ବରରେ ମେସେଜ କରି ଜଣାଇପାରିବେ।

publive-image

ଅଭିଯୋଗ ମିଳିବା କ୍ଷଣି କଂଟ୍ରୋଲ ରୁମ ଅଭିଯୋଗକୁ ସଂମ୍ବନ୍ଧିତ ଜିଲ୍ଲା ବା ଥାନା ଅଧିକାରୀଙ୍କ ନିକଟକୁ ଫରୱାର୍ଡ କରିଦେବେ। ଉକ୍ତ ପୁଲିସ ଷ୍ଟେସନର ଅଧିକାରୀ ଅଭିଯୋଗର ଏକ ପ୍ରିଂଟ ଆଉଟ୍‌ ବାହାର କରି ତାକୁ ନିଜର ସାଧାରଣ ଡାଏରିରେ ରଖି ରିଭିଂର ଏକ କପି ସ୍କାନ କରି ହ୍ଵାଟ୍‌ସଆପ ଜରିଆରେ ହିଁ ଅଭିଯୋଗକାରୀଙ୍କ ନିକଟକୁ ପଠାଇଦେବେ। ଯାହାଦ୍ୱାରା ଅଭିଯୋଗକାରୀ ନୂଆ ସିମ୍‌ କିମ୍ବା ଆଇଡି କାର୍ଡ ଜାରି କରି ତାକୁ ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe