ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କ ୱେବସାଇଟ୍‌ରେ କରିହେବ ଅଭିଯୋଗ

Advertisment
ଡିସେମ୍ବର ଭିତରେ ଋଣ କରିବନି ଓଡ଼ିଶା, ବିଭିନ୍ନ ରାଜ୍ୟ ୨ ଲକ୍ଷ କୋଟିରୁ ଅଧିକ ଋଣ କରିବେ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଅଭିଯୋଗ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ଜରିଆରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଅଣ ବ୍ୟାଙ୍କ ଆର୍ଥିକ ଅନୁଷ୍ଠାନର ଗ୍ରାହକମାନେ ନିଜର ଅଭିଯୋଗକୁ ସିଧାସଳଖ ରିଜର୍ଭ ବ୍ୟାଙ୍କର ୱେବସାଇଟ୍‌ରେ ଦାଖଲ କରିପାରିବେ। ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରିବା ଲକ୍ଷ୍ୟ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ବେଶ ଜଟିଳ ଥିବା ଜଣାପଡ଼ିଛି। ଅଭିଯୋଗ ଦାଖଲ କରିବାକୁ ଅନେକ ତଥ୍ୟ ଓ ସୂଚନା ଦରକାର ହେଉଛି। ଏତେ ଜଟିଳ ପଦ୍ଧତିରେ ଅଭିଯୋଗ କରିବା ଗ୍ରାହକଙ୍କ ପାଇଁ ସହଜ ହେବ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe