ବୀମା କଂପାନି ବିରୋଧରେ ଆଞ୍ଚଳିକ ଭାଷାରେ ଅଭିଯୋଗ କରିହେବ

Advertisment
ପଡ଼ିରହିଛି ୧୦.୪୮ ଲକ୍ଷ ଦୁର୍ଘଟଣା ବୀମା ଦାବି

Asianet News Telugu

ନୂଆଦିଲ୍ଲୀ: ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆରଡିଏଆଇ ପକ୍ଷରୁ ଅଭିଯୋଗ ସମାଧାନ ବ୍ୟବସ୍ଥାର ପୁନର୍ଗଠନ କରାଯିବ। ଏହାର ନୂତନ ନାମକରଣ କରି ‘ବୀମା ଭରୋସା’ ରଖାଯିବ। ଏଥିରେ ଏଭଳି ବ୍ୟବସ୍ଥା କରାଯିବ ଯାହା ଜରିଆରେ ଲୋକମାନେ ଆଞ୍ଚଳିକ ଭାଷାରେ ନିଜ ଅଭିଯୋଗ ଦାଖଲ କରିପାରିବେ। ବୀମା ଅଭିଯୋଗ ଗ୍ରହଣ କରିବା ଲାଗି ୨୦୧୧ରେ ସମନ୍ବିତ ଅଭିଯୋଗ ସମାଧାନ ବ୍ୟବସ୍ଥା (ଆଇଜିଏମ୍ଏସ୍‌) ଆରମ୍ଭ କରାଯାଇଥିଲା। ଗ୍ରାହକମାନଙ୍କ ସୁବିଧା ଲାଗି ତାହାର ଉନ୍ନତୀକରଣ କରାଯାଉଛି। ଏହି ପୋର୍ଟାଲ୍‌ରେ ଅଭିଯୋଗ ପଞ୍ଜୀକରଣଠାରୁ ଆରମ୍ଭ କରି ତାହାର ପ୍ରକ୍ରିୟାକରଣ ଓ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ସବୁ କିଛି କାର୍ଯ୍ୟ ସମ୍ପାଦିତ ହେବ।

ପଲିସିଧାରକମାନଙ୍କୁ ଅଭିଯୋଗ ଦାଖଲ ଲାଗି ୧୩ଟି ଆଞ୍ଚଳିକ ଭାଷାର ବିକଳ୍ପ ମିଳିବ। ବୀମା ଭରୋସା ପୋର୍ଟାଲ୍‌ରେ ପଲିସିଧାରକମାନେ ଆଠଟି ବାଧ୍ୟତାମୂଳକ କ୍ଷେତ୍ରର ସୂଚନା ଦେଇ ଅଭିଯୋଗ ଦାଖଲ କରିପାରିବେ। ଏହାର ଲ୍ୟାଣ୍ଡିଂ ପେଜ୍ ସ୍ବଚ୍ଛ ରହିବ। ‘ନୂଆ ଅଭିଯୋଗ ପଞ୍ଜୀକରଣ’ ଓ ‘ପଞ୍ଜୀକରଣର ସ୍ଥିତି ଜାଣନ୍ତୁ’ ନାମରେ ଦୁଇଟି ବିଷୟ ରହିବ। ଅଭିଯୋଗ ଦାଖଲ ହେବା ପରେ ଗ୍ରାହକ ପଞ୍ଜୀକୃତ କରିଥିବା ମୋବାଇଲ୍‌ରେ ଏସ୍‌ଏମ୍ଏସ୍‌ ପହଞ୍ଚିବ ଓ ଇ-ମେଲ୍ ଆଇଡିରେ ମଧ୍ୟ ସୂଚନା ପ୍ରଦାନ କରାଯିବ। ଅଭିଯୋଗ ବିଷୟରେ ବୀମା କଂପାନି ଯେଉଁ ସବୁ ପଦକ୍ଷେପ ନେବ ତାହାର ସୂଚନା ମଧ୍ୟ ଏସ୍‌ଏମ୍ଏସ୍‌ ଓ ଇ-ମେଲ୍ ଜରିଆରେ ଗ୍ରାହକଙ୍କୁ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe