ମଣିପାଲ ହସ୍ପିଟାଲ୍‌ରେ ଜଟିଳ ଅସ୍ତ୍ରୋପଚାର: ୨୫ ସପ୍ତାହରେ ଜନ୍ମ ଶିଶୁର ଜୀବନ ବଞ୍ଚାଇଲେ

ମଣିପାଲ ହସ୍ପିଟାଲ୍ ଭୁବନେଶ୍ବରର ଡାକ୍ତରମା‌ନେ ଏକ ଜଟିଳ ଅସ୍ତ୍ରୋପଚାର କରି ୨୫ ସପ୍ତାହରେ ଜନ୍ମ ହୋଇଥିବା ଏକ ଶିଶୁର ଜୀବନ ବଞ୍ଚାଇଛନ୍ତି। ସୋନପୁରର ଏକ ନର୍ସିଂହୋମ୍‌ରେ ଏହି ଶିଶୁଟିର ପ୍ରସବ ହୋଇଥିଲା।

00

ଭୁବନେଶ୍ବର: ମଣିପାଲ ହସ୍ପିଟାଲ୍ ଭୁବନେଶ୍ବରର ଡାକ୍ତରମା‌ନେ ଏକ ଜଟିଳ ଅସ୍ତ୍ରୋପଚାର କରି ୨୫ ସପ୍ତାହରେ ଜନ୍ମ ହୋଇଥିବା ଏକ ଶିଶୁର ଜୀବନ ବଞ୍ଚାଇଛନ୍ତି। ସୋନପୁରର ଏକ ନର୍ସିଂହୋମ୍‌ରେ ଏହି ଶିଶୁଟିର ପ୍ରସବ ହୋଇଥିଲା। ତାହାର ଓଜନ ମାତ୍ର ୬୮୦ ଗ୍ରାମ ଥିଲା। ଅଳ୍ପ ଦିନରେ ଜନ୍ମ ଓ କମ୍ ଓଜନ ବିଶିଷ୍ଟ ହୋଇଥିବାରୁ ଶିଶୁଟି ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲା ଓ ଖାଦ୍ୟନଳୀରେ ମଧ୍ୟ ସମସ୍ୟା ଥିଲା। ପରିବାର ସଦସ୍ୟମା‌ନେ ଜନ୍ମର ଦୁଇ ଘଣ୍ଟା ଭିତରେ ଶିଶୁଟିକୁ ମଣିପାଲ ହସ୍ପିଟାଲ୍‌କୁ ଆଣିଥିଲେ।

ହସ୍ପିଟାଲ୍‌ରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ, ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟ ଓ ତାଙ୍କ ଟିମ୍‌ ଶିଶୁର ଚିକିତ୍ସା କରିଥିଲେ। ଶିଶୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ବୈକୁଣ୍ଠନାଥ ମିଶ୍ର ୫ ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ। ଏହା ପରେ ଶିଶୁଟିକୁ ଦୁଇ ସପ୍ତାହ ଏନ୍‌ଆଇସିୟୁରେ ରଖାଯାଇଥିଲା। ଡିସ୍‌ଚାର୍ଜ ବେଳେ ଶିଶୁଠାରେ ପୁଣି ସମସ୍ୟା ଦେଖାଦେଇଥିଲା ଓ ପୁଣି ଅପରେସନ୍ ହୋଇଥିଲା। ଏହାପରେ ତାଙ୍କୁ ୧୦୦ ଦିନ ଏନ୍‌ଆଇସିୟୁରେ ରଖିବାକୁ ପଡ଼ିଥିଲା। ଡିସ୍‌ଚାର୍ଜ ବେଳକୁ ଶିଶୁର ଓଜନ ୧.୮ କେଜ ଥିଲା ଓ ସେ ସ୍ବାଭାବିକ ଭାବେ ଖାଦ୍ୟ ଗ୍ରହଣ କରିପାରୁଥିଲା। ଏହି ସଫଳତା ପାଇଁ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶକ୍ତିମୟ ମହାପାତ୍ର ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe