ରାଜ୍ୟକୁ ରାଜସ୍ବହାନି ଚିନ୍ତ‌ା: ମନ୍ତ୍ରୀଗୋଷ୍ଠୀ ଗଠନ ପାଇଁ ଦାବି

ଗତକାଲି ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଜିଏସ୍‌ଟି ବ୍ୟବସ୍ଥାରେ ସରଳୀକରଣ କରି ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍‌କୁ ପ୍ରତ୍ୟାହାର କରାଯାଇଥିଲା। ଏହାର ଲାଭ ଦେଶର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ।

money

ନୂଆଦିଲ୍ଲୀ: ଗତକାଲି ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଜିଏସ୍‌ଟି ବ୍ୟବସ୍ଥାରେ ସରଳୀକରଣ କରି ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍‌କୁ ପ୍ରତ୍ୟାହାର କରାଯାଇଥିଲା। ଏହାର ଲାଭ ଦେଶର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ। କିନ୍ତୁ ସମ୍ଭାବ୍ୟ ରାଜସ୍ବହାନିକୁ ନେଇ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। କର୍ଣ୍ଣାଟକ, କେରଳ ଓ ତେଲେଙ୍ଗାନା ବିପୁଳ କ୍ଷତି ସହିବେ ବୋଲି ଆକଳନ କରିଛନ୍ତି। ଜିଏସ୍‌ଟି ହ୍ରାସ ଦ୍ବାରା ୪୮ ହଜାର କୋଟି ଟଙ୍କାର ରାଜସ୍ବ ହାନି ହେବ ବୋଲି କେନ୍ଦ୍ର ସରକାର କହୁଛନ୍ତି। କିନ୍ତୁ ରାଜ୍ୟଗୁଡ଼ିକ ଭାବୁଛନ୍ତିରେ ପ୍ରକୃତ କ୍ଷତି ଯଥେଷ୍ଟ ଅଧିକ ହେବ। ତାହା ସେମାନଙ୍କ ବ୍ୟୟ କ୍ଷମତାକୁ ସଙ୍କୁଚିତ କରିବ। ପ୍ରକୃତ କ୍ଷତି କେତେ ହେବ ତାହା ଆକଳନ କରିବା ଲାଗି ଏକ ମନ୍ତ୍ରୀଗୋ‌ଷ୍ଠୀ ଗଠନ କରିବାକୁ ଆଠଟି ଅଣ ବିଜେପି ଶାସିତ ରାଜ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ମନ୍ତ୍ରୀଗୋଷ୍ଠୀ ଗଠନ ପାଇଁ ଦାବି
ସଂସ୍କାର ବହୁତ ବିଳମ୍ବ ହୋଇଗଲା: ଚିଦମ୍ବରମ
ରାଜ୍ୟଗୁଡ଼ିକୁ ଦୁର୍ବଳ କରିବ: ଅୱେସି

ରାଜ୍ୟଗୁଡ଼ିକର ଆକଳନ ଅନୁସାରେ ଜିଏସ୍‌ଟି ହ୍ରାସ ଦ୍ବାରା ରାଜ୍ୟମାନଙ୍କର ବାର୍ଷିକ କ୍ଷତି ୮୫ ହଜାର କୋଟି ଟଙ୍କାରୁ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ହେବ। କର୍ଣ୍ଣାଟକ ଆକଳନ କରିଛି ଯେ ଏହା ବର୍ଷକୁ ୧୫ ହଜାର କୋଟି ଟଙ୍କା ହରାଇବ। କେରଳ ଅର୍ଥମନ୍ତ୍ରୀ କେ ଏନ୍ ବାଲଗୋପାଳ କହିଛନ୍ତି ଯେ କେବଳ ସିମେଣ୍ଟ, ଅଟୋମୋବାଇଳ୍‌, ବୀମା ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରୁ ରାଜ୍ୟର ହେଉଥିବା ରାଜସ୍ବ ଆୟ ୨୫୦୦ କୋଟି ଟଙ୍କା କମ୍ ହେବ। ଗତବର୍ଷ କେରଳର ଜିଏସ୍‌ଟି ରାଜସ୍ବ ୨୧,୯୫୫ କୋଟି ଟଙ୍କା କମ୍ ରହିଥିଲା। ଚଳିତ ବର୍ଷ ତାହା ଆଉ ୧୦ ହଜାର କୋଟି ଟଙ୍କା କମ୍ ହୋଇପାରେ ବୋଲି ସେ କହିଛନ୍ତି। ଜିଏସ୍‌ଟି ହ୍ରାସ ଦ୍ବାରା ଝାଡ଼ଖଣ୍ଡ ବର୍ଷକୁ ୨୦୦୦ କୋଟି ଟଙ୍କା ହରାଇବ ବୋଲି ଆକଳନ କରାଯାଇଛି। 

ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ କହିଛନ୍ତି ଯେ ଆଠ ବର୍ଷ ପରେ ନିଜର ଭୁଲ ବୁଝିପାରି ଜିଏସ୍‌ଟିରେ ସଂସ୍କାର କରିଥିବାରୁ ସରକାରଙ୍କୁ ମୁଁ ପ୍ରଶଂସା କରୁଛି। କିନ୍ତୁ ଏହି ପଦକ୍ଷେପ ନେବାରେ ବହୁତ ବିଳମ୍ବ ହୋଇଗଲା ବୋଲି ସେ କହିଛନ୍ତି। ଏଆଇଏମ୍‌ଆଇଏମମ୍ ମୁଖ୍ୟ ଅସଉଦ୍ଦିନ ଅୱେସି କହିଛନ୍ତି ଯେ ଟିକସ ହ୍ରାସ ଦ୍ବାରା ରାଜ୍ୟଗୁଡ଼ିକ ବର୍ଷକୁ ୮୦୦୦-୧୦୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହରାଇବେ। ଗତ ୧୧ ବର୍ଷ ଭିତରେ ଯେତେ କଥା ସବୁ କୁହାଯାଇଛି ତାହାର କୌଣସି ଲାଭ ସାଧାରଣ ଜନତା ପାଇନଥିବା କହି ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହା କୌଣସି ପ୍ରକାରରେ ସ୍ବାଗତଯୋଗ୍ୟ ନୁହେଁ। ଏହି ପଦକ୍ଷେପ ରାଜ୍ୟଗୁଡ଼ିକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe