ଆଇଏସ୍‌ଆଇ ଚିହ୍ନ ନଥିବା ହେଲ୍‌ମେଟ୍‌ ବିକିଲେ ଜେଲ୍‌

Advertisment
ଆଇଏସ୍‌ଆଇ ଚିହ୍ନ ନଥିବା ହେଲ୍‌ମେଟ୍‌ ବିକିଲେ ଜେଲ୍‌

ନୂଆଦିଲ୍ଲୀ: ଆଇଏସ୍‌ଆଇ ମାର୍କ ନଥିବା ହେଲ୍‌ମେଟ୍‌ ଉତ୍ପାଦନ କିମ୍ବା ବିକ୍ରି କଲେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଯେଉଁମାନେ ଏଭଳି କାମ କରୁଥିବେ ସେମାନଙ୍କୁ ବିନା ଓ୍ଵାରେଣ୍ଟ୍‌ରେ ଗିରଫ କରାଯିବ ଓ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ। ଆଇଏସ୍‌ଆଇ ଚିହ୍ନ ନଥିବା ହେଲ୍‌ମେଟ୍‌ ବିକ୍ରିକୁ ଦଣ୍ଡନୀୟ ଅପରାଧ ଘୋଷଣା କରାଯାଇଛି। ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଦୁଇ ଚକିଆ ହେଲ୍‌ମେଟ୍‌ ନିର୍ମାତା ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି। ଦେଶରେ ବିକ୍ରି ହେଉଥିବା ସବୁ ହେଲ୍‌ମେଟ୍‌ ପାଇଁ ଏହି ନିୟମ ଲାଗୁ ହେବ। ଯେଉଁ ସଂସ୍ଥା ଭାରତକୁ ହେଲ୍‌ମେଟ୍‌ ରପ୍ତାନି କରୁଛନ୍ତି ସେମାନଙ୍କୁ ମଧ୍ୟ ଆଇଏସ୍‌ଆଇ ଚିହ୍ନ ଲଗାଇବାକୁ ପଡ଼ିବ। ଅନ୍ୟଥା ସେହି ହେଲ୍‌ମେଟ୍‌ଗୁଡ଼ିକ ଦେଶ ଭିତରେ ବିକ୍ରି ହୋଇପାରିବ ନାହିଁ। ନୂଆ ନିୟମକୁ ପାଳନ କରିବା ପାଇଁ ହେଲ୍‌ମେଟ୍‌ ନିର୍ମାତାମାନଙ୍କୁ ଦୁଇ ମାସର ସମୟ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe