Photo Courtesy of TOI
ଅହମଦାବାଦ: ସନ୍ନି ଲିଓନ୍ଙ୍କ ଫଟୋ ଥାଇ ଏକ ଔଷଧ କମ୍ପାନିର କଣ୍ଡୋମ ବିଜ୍ଞାପନ କେତେକ ବାଣିଜ୍ୟ ସଙ୍ଗଠନ, ହିନ୍ଦୁ ସଂଗଠନକୁ ଅସନ୍ତୁଷ୍ଟ କରିଥିଲା। ‘ଏ ନବରାତ୍ରୀରେ ଖେଳିବା, କିନ୍ତୁ ପ୍ରେମରେ’ ବୋଲି ଲେଖା ଯାଇଥିବା ବିଜ୍ଞାପନକୁ କନ୍ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ନିଷିଦ୍ଧ କରାଇଥିଲା। ପରେ ସେ ବିଜ୍ଞାପନ ପ୍ରଦର୍ଶନ କରୁଥିବା ହୋର୍ଡିଙ୍ଗ୍ଗୁଡ଼ିକୁ ଓହ୍ଲାଇ ଦିଆଯାଇଥିଲା।
ଗୁଜୁରାଟ ଷ୍ଟେଟ୍ ଫେଡେରେସନ୍ ଅଫ୍ କେମିଷ୍ଟ୍ସ୍ ଆଣ୍ଡ୍ ଡ୍ରଗିଷ୍ଟ୍ସ୍ ଆସୋସିଏସନ୍ର କଳନା ଅନୁସାରେ ନବରାତ୍ରୀ ଉପଲକ୍ଷେ କଣ୍ଡୋମ୍ ଓ ଗର୍ଭସଂଚାର ନିରୋଧୀ ଔଷଧ ବିକ୍ରୟ ବୃଦ୍ଧି ପାଇଥାଏ। ଏ ବର୍ଷ ମଧ୍ୟ ଏହାର ବିକ୍ରି ୩୫% ବୃଦ୍ଧି ପାଇଛି।
ବିଳମ୍ବିତ ରାତ୍ରୀ ଯାଏଁ ଖୋଲା ରହୁଥିବା ପାନଦୋକାନଗୁଡ଼ିକରେ କଣ୍ଡୋମ୍ ଷ୍ଟକ୍ ରଖିଲେଣି ବୋଲି ଆସୋସିଏସନ୍ର ସଭାପତି ଯଶୋବନ୍ତ ପଟେଲ୍ କହିଛନ୍ତି। କଣ୍ଡୋମ୍ ଏବଂ ଗର୍ଭ ସଂଚାର ନିରୋଧୀ ଔଷଧ କମ୍ପାନିଗୁଡ଼ିକ ମାସିକ ୨ କୋଟି ଟଙ୍କାର କାରବାର କରନ୍ତି। ଏବେ ତାଙ୍କର କାରବାର ୩୦%ରୁ ୩୫% ବୃଦ୍ଧି ପାଇଛି।
Follow Us