କେବଳ ରାତିରେ ପ୍ରସାରଣ ହେବ କଣ୍ଡୋମ୍‌ ବିଜ୍ଞାପନ

କେବଳ ରାତିରେ ପ୍ରସାରଣ ହେବ କଣ୍ଡୋମ୍‌ ବିଜ୍ଞାପନ

Image Courtesy of Deccan Chronicle

ନୂଆଦିଲ୍ଲୀ: ଟେଲିଭିଜନ୍‌ରେ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ କଣ୍ଡୋମ୍‌ ବିଜ୍ଞାପନ ପ୍ରସାରଣ ପାଇଁ ଅନୁମତି ମିଳିପାରେ। ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କ ଅଭିନୀତ ଉତ୍ତେଜକ କଣ୍ଡୋମ୍‌ ବିଜ୍ଞାପନ ପ୍ରସାରଣ ଉପରେ ଆଡ୍‌ଭର୍‌ଟାଇଜିଙ୍ଗ୍‌ ଷ୍ଟାଣ୍ଡାର୍ଡ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆକୁ (ଏଏସ୍‌ସିଆଇ) ଅନେକ ଅଭିଯୋଗ ମିଳିଛି। ଏଥିପାଇଁ କଣ୍ଡୋମ୍‌ ବିଜ୍ଞାପନ ପ୍ରସାରଣ ସମୟ ପରିବର୍ତ୍ତନ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଏଏସ୍‌ସିଆଇ ଏକ ପତ୍ର ଲେଖିଛି। ଏ ଭଳି ବିଜ୍ଞାପନ କେବଳ ପ୍ରାପ୍ତ ବୟସ୍କ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ତାହାର ପ୍ରସାରଣ ସମୟ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ କରାଯାଉ।

ଟିଭି ବିଜ୍ଞାପନ ସମ୍ପର୍କରେ ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ୍‌ଙ୍କ ବକ୍ତବ୍ୟ ଆଧାରରେ ‘ଏଏସ୍‌ସିଆଇ’ର କଞ୍ଜ୍ୟୁମର୍‌ କମ୍ପ୍ଲେଣ୍ଟ୍‌ସ୍‌ କାଉନ୍‌ସିଲ୍‌ ଅଭିଯୋଗଗୁଡ଼ିକର ସମୀକ୍ଷା କରିଥିଲେ।

ଏଏସ୍‌ସିଆଇ ଏକ ସେଲ୍‌ଫ୍‌-ରେଗୁଲେଟୋରି ସଂସ୍ଥା ହୋଇଥିବାରୁ ଏହା ଘରୋଇ କମ୍ପାନିଗୁଡ଼ିକ ପାଇଁ ନିର୍ଦେଶାବଳୀ ଜାରି କରି ପାରିବ ନାହିଁ। ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ମତ ଲୋଡ଼ା ଯାଇଛି। ଏ କଥା କହିଛନ୍ତି ‘ଏଏସ୍‌ସିଆଇ’ର ସାଧାରଣ ସଚିବ ଶ୍ୱେତା ପୁରନ୍ଦରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe