କଂଗ୍ରେସ-ବିଜେପି ମୁହାଁମୁହିଁ

Advertisment

ଆଦାନୀ ଏନର୍ଜି ପକ୍ଷରୁ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦିଆଯାଇଥିବା ଓ ଏହି କଥା ପୁଞ୍ଜିନିବେଶକାରୀଙ୍କୁ ଲୁଚାଯାଇଥିବା ଅଭିଯୋଗ ଆମେରିକା ଅଦାଲତରେ ହେବା ପରେ ଭାରତରେ ଏହାକୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।

ଆଦାନୀ ଏନର୍ଜି ପକ୍ଷରୁ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦିଆଯାଇଥିବା ଓ ଏହି କଥା ପୁଞ୍ଜିନିବେଶକାରୀଙ୍କୁ ଲୁଚାଯାଇଥିବା ଅଭିଯୋଗ ଆମେରିକା ଅଦାଲତରେ ହେବା ପରେ ଭାରତରେ ଏହାକୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।

congress bjp

ନୂଆଦିଲ୍ଳୀ: ଆଦାନୀ ଏନର୍ଜି ପକ୍ଷରୁ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦିଆଯାଇଥିବା ଓ ଏହି କଥା ପୁଞ୍ଜିନିବେଶକାରୀଙ୍କୁ ଲୁଚାଯାଇଥିବା ଅଭିଯୋଗ ଆମେରିକା ଅଦାଲତରେ ହେବା ପରେ ଭାରତରେ ଏହାକୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ ଏହି ଘଟଣାର ଜେପିସି ତଦନ୍ତ ଦାବି କରିଛି। ଅପରପକ୍ଷରେ, ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଅରାଜକତା ସୃଷ୍ଟିକାରୀ ଜଜ୍‌ ସୋରସ୍‌ଙ୍କ ନିର୍ଦ୍ଦେଶରେ ରାହୁଲ ଗାନ୍ଧୀ ପରିଚାଳିତ ହେଉଛନ୍ତି ବୋଲି ପାଲଟା ଅଭିଯୋଗ କରିଛି। 

ଆଦାନୀ ପାଣ୍ଠିରେ ବିଜେପି ଚାଲୁଛି: ରାହୁଲ
ରାହୁଲ ଦେଶ ବିରୋଧୀ କାମ କରୁଛନ୍ତି: ବିଜେପି

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ଆମେରିକାରେ ହୋଇଥିବା ଅଭିଯୋଗ ଉଭୟ ଭାରତୀୟ ଓ ଆମେରିକା ଆଇନର ଉଲ୍ଲଂଘନ। ଏହି ପ୍ରସଙ୍ଗରେ ଆଦାନିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ‘ଶତପ୍ରତିଶତ’ ସୁରକ୍ଷା ଦେଉଛନ୍ତି। ଆଦାନିକୁ ଗିରଫ କରିବାର ସାହସ ପ୍ରଧାନମନ୍ତ୍ରୀଙ୍କ ନାହିଁ କାରଣ ‘ଏକ୍‌ ‌ହୈ ତୋ ସେଫ୍‌ ହୈ’ ବୋଲି କଟାକ୍ଷ କରି ବିଜେପିର ସମସ୍ତ କାର୍ଯ୍ୟକଳାପକୁ ଆଦାନି ପାଣ୍ଠି ଯୋଗାଉଛି ବୋଲି ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଓ ମନିଷ ତିୱାରୀ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ବାରା ତଦନ୍ତର ଦାବି କରିଛନ୍ତି। ଆଦାନୀ ପ୍ରସଙ୍ଗରେ ଟିଏମ୍‌ସି, ସିପିଆଇ, ସିପିଏମ୍‌ , ଆପ୍ ଏବଂ ଏନ୍‌ସି ଭଳି ବିରୋଧୀଦଳଗୁଡ଼ିକ ମଧ୍ୟ ଜେପିସି ତଦନ୍ତ ଦାବି କରିଛନ୍ତି।

ଅପରପକ୍ଷରେ, ରାହୁଲ ଓ କଂଗ୍ରେସ ଉପରେ ବିଜେପି ମୁଖପାତ୍ର ତଥା ସାଂସଦ ସମ୍ବିତ୍‌ ପାତ୍ର ପାଲଟା ଆକ୍ରମଣ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାହୁଲ ଗାନ୍ଧୀ ସର୍ବଦା ଭାରତ ଓ ଦେଶକୁ ସୁରକ୍ଷା ଦେଉଥିବା ବ୍ୟବସ୍ଥା ଉପରେ ଆକ୍ରମଣ କରିଥାନ୍ତି।  ଉଭୟ ମା-ପୁଅ (ସୋନିଆ ଓ ରାହୁଲ) ଜାମିନରେ ଥାଇ କ’ଣ ବିଚାରବିଭାଗୀୟ କାର୍ଯ୍ୟ କରୁଛନ୍ତି କି ବୋଲି କଟାକ୍ଷ କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେଉଁ ୪ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଓ ତାମିଲନାଡ଼ୁରେ ଅଧିକାରୀମାନଙ୍କୁ ଯେତେବେଳେ ଲାଞ୍ଚ ‌ପ୍ରଦାନ ନେଇ ଅଭିଯୋଗ ଆସିଛି ସେଠାରେ ସେତେବେଳେ ଅଣ ବିଜେପି ସରକାର ଶାସନ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe