Congress: ମନରେଗାକୁ ନେଇ ମୁହାଁମୁହିଁ: ୧୭ରେ କଂଗ୍ରେସର ବିକ୍ଷୋଭ

Advertisment

ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଆଜି ଲୋକସଭାରେ ‘ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିସନ (ଗ୍ରାମୀଣ) ବିଲ୍ ଆଗତ କରିଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଆଜି ଲୋକସଭାରେ ‘ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିସନ (ଗ୍ରାମୀଣ) ବିଲ୍ ଆଗତ କରିଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

manrega

Photograph: (The New Indian Express)

ନୂଆଦିଲ୍ଲୀ: ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଆଜି ଲୋକସଭାରେ ‘ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିସନ (ଗ୍ରାମୀଣ) ବିଲ୍ ଆଗତ କରିଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ‌ଯୋଜନା (ମନରେଗା) ସ୍ଥାନରେ ଲାଗୁ ହେବାକୁ ଥିବା ଏହି ବିଲ୍‌, ୨୦୨୫କୁ ସଂସଦରେ ପ୍ରବଳ ବିରୋଧ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଶଶି ଥରୁର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତେବେ ବିଜେପି ମଧ୍ୟ ନାମ ପରିବର୍ତ୍ତନର ଆବଶ୍ୟକତା ଉପରେ ଯୁକ୍ତି ରଖିଛି।

Odisha Pharma Summit 2025: ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫: ୬୨୬୩ କୋଟିର ଏମ୍‌ଓୟୁ ସ୍ବାକ୍ଷର

ବିଜେପି ଏହାର ସୋସିଆଲ ମିଡିଆ ହାଣ୍ଡେଲ ‘ଏକ୍ସ’ରେ ଲେଖିଛି, ମନରେଗାରେ ଗୁରୁତର ଢାଞ୍ଚାଗତ ସମସ୍ୟା ଥିଲା। ଏହା କେବଳ ରିବ୍ରାଣ୍ଡିଂ ନୁହେଁ, ଏକ ସ୍ବଚ୍ଛ ଓ ଦୃଢ଼ ଢାଞ୍ଚା ପାଇଁ ଏହା ଏକ ଆବଶ୍ୟକ ଆଇନଗତ ପରିବର୍ତ୍ତନ। ବିଜେପିର ବରିଷ୍ଠ ନେତା ମୁଖତାର ଆବାସ ନକ୍‌ଭି କହିଛନ୍ତି ଯେ କଂଗ୍ରେସର ସମସ୍ୟା ହେଉଛି ବିଲ୍‌କୁ କାହିଁକି ରାମଙ୍କ ନାମରେ ପ୍ରସ୍ତୁତ କରାଯାଇଛି। ରାମଙ୍କ ନାମ ଯୋଡ଼ିବାକୁ ସେମାନେ ସହ୍ୟ କରିପାରୁନାହାନ୍ତି। ସେଥିପାଇଁ ସେମାନେ ଏଭଳି ବିଭ୍ରାଟ କରୁଛନ୍ତି। ମନରେଗା ନାମ ପରିବର୍ତ୍ତନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲା ମୁଖ୍ୟାଳୟରେ ଚଳିତ ମାସ ୧୭ରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି ପ୍ରତିବାଦ କରିବାକୁ ସବୁ ରାଜ୍ୟ କଂଗ୍ରେସ ସଭାପତିମାନଙ୍କୁ କୁହାଯାଇଛି। 

ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ପ୍ରତି ଅପମାନ: ରାହୁଲ
ରାମଙ୍କ ନାମ ବଦନାମ କରନି: ଥରୁର
ଢାଞ୍ଚାଗତ ସମସ୍ୟା ଥିଲା: ବିଜେପି
୧୭ରେ କଂଗ୍ରେସର ବିକ୍ଷୋଭ

Kidney patient: ଘରେଘରେ କିଡ୍‌ନି ରୋଗୀ: ରେଢ଼ାଖୋଲ ଡାକ୍ତରଖାନାରେ ଡାଏଲିସିସ୍‌ ହେଉଛନ୍ତି ୨୫୦

ଆଜି ରାହୁଲ କହିଥିଲେ ଯେ ଏହା ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ପ୍ରତି ଏକ ଅପମାନ। ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ଦୃଷ୍ଟିକୋଣର ଏକ ଜୀବନ୍ତ ପ୍ରତୀକ ଥିଲା ମନରେଗା ଯାହା କୋଭିଡ୍ ମହାମାରୀ ସମୟରେ କୋଟି କୋଟି ଲୋକଙ୍କ ଜୀବନରେଖା ପାଲଟିଥିଲା। ଏହି ଯୋଜନା କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସବୁବେଳେ ଅକଳରେ ପକାଉଥିଲା। ସେଥିପାଇଁ ଆଜି ସେମାନେ ମନରେଗାକୁ ସମ୍ପୂର୍ଣ୍ଣ ଲିଭାଇଦେଲେ ବୋଲି ସେ କହିଛନ୍ତି। ଶଶି ଥରୁର ନୂଆ ଯୋଜନାକୁ ମନରେଗା ଓ ଗାନ୍ଧୀଙ୍କ ରାମ ରାଜ୍ୟ ସ୍ବପ୍ନ ଉପରେ ଆକ୍ରମଣ ବୋଲି କହିଛନ୍ତି। ସେ ୧୯୭୧ର ହିଟ୍ ବଲିଉଡ୍‌ ଗୀତ ‘ଦେଖୋ ଓ ଦିୱାନୋ ୟେ କାମ ନା କରୋ, ରାମ କା ନାମ ବଦନାମ ନା କରୋ’ ଗାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe