ଓଏମ୍‌ସି ପକ୍ଷରୁ କୋଭିଡ କେୟାର ହୋମ୍ ନିର୍ମାଣ

Advertisment
ଓଏମ୍‌ସି ପକ୍ଷରୁ କୋଭିଡ କେୟାର ହୋମ୍ ନିର୍ମାଣ

omcltd.in

ଭୁବନେଶ୍ବର: କରୋନା ମହାମାରୀର ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛି ଓଡ଼ିଶା ଖଣି ନିଗମ (ଓଏମ୍‌ସି)। ନିଗମ ପକ୍ଷରୁ ଭୁବନେଶ୍ବର, ସାଉଥ୍ କାଳିଆପାଣି, ଗନ୍ଧମାର୍ଦ୍ଦନ ଓ ଦୈତାରୀଠାରେ କୋଭିଡ୍ କେୟାର ହୋମ୍‌ ସ୍ଥାପନ କରାଯାଇଛି। ଏସବୁ ‌ସ୍ଥାନରେ ‌୨୦ଟି ଲେଖାଏଁ ଶଯ୍ୟା ରହିବ। କରୋନା ସନ୍ଦିଗ୍ଧ ଓ ପଜିଟିଭ ଚିହ୍ନଟ ବ୍ୟକ୍ତିମାନେ ଏଠାରେ ଏକାନ୍ତବାସରେ ରହିବେ। ଦ୍ବିତୀୟ ପର୍ଯ୍ୟାୟରେ ନିଗମ ପକ୍ଷରୁ ଆଉ ୪ଟି ସ୍ଥାନରେ କୋଭିଡ କେୟାର ହୋମ୍ ନିର୍ମାଣ କରାଯିବ। ସେହି ସ୍ଥାନଗୁଡ଼ିକ ହେଲା କୋଇଡ଼ା ଅଞ୍ଚଳର କୁରମିତର, ବଡ଼ବିଲ ଅଞ୍ଚଳର ସେରମେଡ଼ା, ବାଙ୍ଗୁର ଅଞ୍ଚଳ ଏବଂ ରାୟଗଡ଼ା ଅଞ୍ଚଳର କୋଡ଼ିଙ୍ଗାମାଳି। ଏହି କେନ୍ଦ୍ରଗୁଡ଼ିକରେ ୧୦ଟି ଲେଖାଏଁ ଶଯ୍ୟା ରହିବ।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀର ମୁକାବିଲା ପାଇଁ ପୂର୍ବରୁ ମାର୍ଚ୍ଚ ମାସରେ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହିତ ଇତିମଧ୍ୟମରେ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ଲାଭାଂଶ ଆକାରରେ ୨୫୦ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଛି। ମାର୍ଚ୍ଚ ୨୬ରେ ଓଏମସି ରାଜ୍ୟ ସରକାର ଓ କିମ୍ସ ସହିତ କୋଭିଡ ହସ୍ପିଟାଲ ସ୍ଥାପନ ପାଇଁ ଏକ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷର କରିଥିଲା। ଏହାପରେ ନିଗମ ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ସ୍ଥାପନ ପାଇଁ ପାଣ୍ଠି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe