ଆନ୍ଦୋଳନ କରୁଥିବା ୬୫୦ ବିଜୁଳି କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ସରକାର

ଆନ୍ଦୋଳନ କରୁଥିବା ୬୫୦ ବିଜୁଳି କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ସରକାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଆନ୍ଦୋଳନ କରୁଥିବା ବିଜୁଳି କର୍ମଚାରୀଙ୍କ ପାଇଁ ପ୍ରଥମେ ହାଇକୋର୍ଟ କଠୋର ହୋଇଥିବା ବେଳେ ଏବେ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କଠୋର ନିଷ୍ପତ୍ତି ନେଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ, ଆନ୍ଦୋଳନ କରୁଥିବା ୬୫୦ ଜଣ ଠିକା କର୍ମଚାରୀଙ୍କୁ ଯୋଗୀ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି । କେବଳ ଏତିକି ନୁହେଁ, ନିଲମ୍ବିତ ହୋଇଥିବା କର୍ମଚାରୀମାନଙ୍କୁ ଚାକିରି ଦେଇଥିବା ୭ଟି ଏଜେନ୍ସି ଉପରେ ସରକାର ମାମଲା ରୁଜୁ କରିଛନ୍ତି । ଏହି ଏଜେନ୍ସି ଭବିଷ୍ୟତରେ ନିଗମରେ କାମ କରି ପାରିବ ନାହିଁ।

ଏଥିସହିତ ଯୋଗୀ ସରକାର ଆନ୍ଦୋଳନ କରିବା ବାହାନାରେ କାମ କରୁ ନଥିବା ଅନ୍ୟ କର୍ମଚାରୀଙ୍କ ଉପରେ ତୁରନ୍ତ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ବିଜୁଳି ଯୋଗାଣରେ ବାଧାସୃଷ୍ଟି ନକରିବାକୁ  ଏକ ଆଦେଶ ଜାରି କରାଯାଇଥିଲା । ଏହାପରେ ବି ବିଜୁଳି ବିଭାଗର କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଥିଲେ । ଏହାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଆନ୍ଦୋଳନରତ କର୍ମଚାରୀ ୟୁନିୟନର ନେତାମାନଙ୍କ ବିରୋଧରେ ଆଇନଅମାନ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ।

ଏଥିସହିତ ସେମାନଙ୍କ ବିରୋଧରେ ଜାମିନବିହୀନ ଗିରଫ ୱାରେଣ୍ଟ ଜାରି କରି ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖ  ଦିନ ୧୦ଟା ସୁଦ୍ଧା ଅଦାଲତରେ ହାଜର ହେବାକୁ ଆଦେଶ ରହିଛି।  ଏଥିସହିତ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ଘଟଣାର କରିଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସମସ୍ତ ସୂଚନା ଦେବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe