ଠିକା କର୍ମଚାରୀଙ୍କୁ ଚୁକ୍ତି ଅବଧି ଶେଷ ପର୍ଯ୍ୟନ୍ତ ଦରମା ମିଳିବ

Advertisment

ଅବସର ପରେ ନିୟୋଜିତ କର୍ମଚାରୀ କାମ କରିନଥ‌ିଲେ ଦରମା ପାଇବେନି

ଅବସର ପରେ ନିୟୋଜିତ କର୍ମଚାରୀ କାମ କରିନଥ‌ିଲେ ଦରମା ପାଇବେନି

ଠିକା କର୍ମଚାରୀଙ୍କୁ ଚୁକ୍ତି ଅବଧି ଶେଷ ପର୍ଯ୍ୟନ୍ତ ଦରମା ମିଳିବ

The Hindu

ଭୁବନେଶ୍ବର: ଆଉଟ୍‌ସୋର୍ସିଂ ଏଜେନ୍ସି ମାଧ୍ୟମରେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେମାନଙ୍କ ଚୁକ୍ତି ଅବଧି ଶେଷ ହେବା ପର୍ଯ୍ୟନ୍ତ ଦରମା ଓ ଅନ୍ୟାନ୍ୟ ଦେୟ ପାଇବେ। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରଶାସନିକ ବିଭାଗରେ ଆଉଟ୍‌ସୋର୍ସିଂ ଏଜେନ୍ସିର ଠିକା କର୍ମଚାରୀ ଓ କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ୍ ପ୍ରଭାବରେ ଯେହେତୁ କାର୍ଯ୍ୟାଳୟରେ ସ୍ବାଭାବିକ ଦିନ ଭଳି କାମ ହେଉନାହିଁ, ତେଣୁ ଏହି ଠିକା କର୍ମଚାରୀମାନଙ୍କୁ କେଉଁ ଆଧାରରେ ଦରମା ଦିଆଯିବ ସେ ବିଷୟରେ ଅର୍ଥ ବିଭାଗକୁ ସ୍ପଷ୍ଟୀକରଣ ମଗାଯାଇଥିଲା।

ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ସ୍ପଷ୍ଟ କରିଛି ଯେ, ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ସେମାନଙ୍କ ଚୁକ୍ତି ଅବଧି ଶେଷ ହେବା ପର୍ଯ୍ୟନ୍ତ ଦରମା ଦେବାକୁ ପଡ଼ିବ। ଯେଉଁ ବ୍ୟକ୍ତି ସିଧାସଳଖ କାର୍ଯ୍ୟାଳୟ ଦ୍ବାରା ନିୟୋଜିତ ହୋଇଥିବେ ତାଙ୍କ ପାଇଁ ଯେଉଁ ସର୍ତ୍ତ ରହିଥିଲା ସେହି ଆଧାରରେ ଦରମା ଦିଆଯିବ। କିନ୍ତୁ ଚାକିରି ସ୍ବୟଂକ୍ରିୟ ଭାବେ ନବୀକରଣ ହେବ ନାହିଁ। ଯଦି ତାଙ୍କ ସେବା ଦରକାର ତେବେ ଲକ୍‌ଡାଉନ୍ ପ୍ରତ୍ୟାହାର ହେବା ପରେ ହିଁ ତାଙ୍କ ଚାକିରିର ନବୀକରଣ ହେବ। ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ମଧ୍ୟ ବିଭିନ୍ନ ବିଭାଗରେ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପେନ୍‌ସନ୍ ପାଉଛନ୍ତି। ଯେଉଁମାନେ ଲକ୍‌ଡାଉନ୍ ଅବଧିରେ କାର୍ଯ୍ୟ କରିନାହାନ୍ତି ସେମାନଙ୍କୁ ଦରମା ମିଳିବ ନାହିଁ। ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପ୍ରକ୍ରିୟା ଲକ୍‌ଡାଉନ୍ ପ୍ରତ୍ୟାହାର ହେବା ପରେ ହିଁ ହୋଇପାରିବ। ଏହି ନିୟମକୁ ସମସ୍ତ ସଂସ୍ଥା କଡ଼ାକଡ଼ି ଭାବେ ପାଳନ କରିବାକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe