ନିର୍ମଳାଙ୍କ ପାଇଁ ଦରଦାମ୍ ନିୟନ୍ତ୍ରଣ ପ୍ରାଥମିକତା ନୁହେଁ

ଅଟଳ ପେନ୍ସନକୁ ନେଇ ଅର୍ଥମନ୍ତ୍ରୀ ଓ କଂଗ୍ରେସ ନେତା ମୁହାଁମୁହିଁ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଦୁଇ ବର୍ଷ ଅର୍ଥନୈତିକ ଅଭିବୃଦ୍ଧି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏହା ପରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସାରା ବିଶ୍ବରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଛି। ‌ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ବହୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ହୋଇଯାଇଛି। ଦରଦାମ୍‌କୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ବିଶ୍ବର ପ୍ରାୟ ସବୁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବଢ଼ାଇ ସ୍ଥିତିର ମୁକାବିଲା କରିବା ଲାଗି ଝାଳନାଳ ହୋଇ ଉଦ୍ୟମ କରୁଛନ୍ତି। ଭାରତରେ ମଧ୍ୟ ସମାନ ସ୍ଥିତ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଳ୍ପ ଦିନର ବ୍ୟବଧାନରେ ତିନି ଥର ସୁଧ ବଢ଼ାଇସାରିଲାଣି। କିନ୍ତୁ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଦରଦାମ୍ ନିୟନ୍ତ୍ରଣ ପ୍ରାଥମିକତା ନୁହେଁ। ଆଜି ସେ ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ମୁଦ୍ରାସ୍ଫୀତି ବଦଳରେ ଆମ ପାଇଁ ବଡ଼ ପ୍ରାଥମିକତା ହେଉଛି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଅଭିବୃଦ୍ଧିର ଲାଭକୁ ସବୁ ବର୍ଗ ପାଖରେ ସମାନ ଭାବରେ ପହଞ୍ଚାଇବା। ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି ଯେ ଦେଶର ଅଭିବୃଦ୍ଧି ଯେଭଳି ଠିକ୍ ଦିଗରେ ଆଗକୁ ବଢ଼ିବ ତାହା ନିଶ୍ଚିତ କରିବା ଆମ ପାଇଁ ହେଉଛି ଅନ୍ୟତମ ପ୍ରାଥମିକତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe