କାଶ୍ମୀର ଟୁଇଟ୍‌କୁ ନେଇ ବିବାଦ: କ୍ଷମା ମାଗିଲା ପିଜା ହଟ୍

Advertisment
କାଶ୍ମୀର ଟୁଇଟ୍‌କୁ ନେଇ ବିବାଦ: କ୍ଷମା ମାଗିଲା ପିଜା ହଟ୍

newyork post

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର କାର୍ ନିର୍ମାତା ହୁଣ୍ଡାଇର ପାକିସ୍ତାନରେ ଥିବା ଏକ ଡିଲର୍‌ସିପ୍ କାଶ୍ମୀରରେ ବିଚ୍ଛିନ୍ନବାଦୀଙ୍କୁ ସମର୍ଥନ କରି ସୋସିଆଲ୍ ମିଡିଆରେ ଏକ ମେସେଜ୍ ପୋଷ୍ଟ କରିବା ପରେ ତାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପାକିସ୍ତାନ ହୁଣ୍ଡାଇ ନାମକ ଏକ ଟୁଇଟର୍‌ ହାଣ୍ଡେଲ୍‌ରୁ ଏହି ମେସେଜ୍ ପୋଷ୍ଟ କରାଯାଇଛି। ଏହି ମେସେଜ୍ ବିଷୟରେ ଜଣାପଡ଼ିବା ପରେ ଭାରତରେ ହୁଣ୍ଡାଇକୁ ବୟକଟ୍ କରିବା ଲାଗି ବହୁ ଲୋକ ଆହ୍ବାନ ଦେଇଛନ୍ତି। ଏହି ପ୍ରସଙ୍ଗରେ କଂପାନି ନିଜର ସ୍ଥିତି ସ୍ପଷ୍ଟ କରିବାକୁ ଯାଇ କହିଛି ଯେ ପାକିସ୍ତାନୀ ମେସେଜ ସହ ଏହା ଏକମତ ନୁହେଁ। ଭାରତ ହେଉଛି ଏହାର ଦ୍ବିତୀୟ ଘର। ତେବେ କଂପାନିର ଏହି ସ୍ପଷ୍ଟୀକରଣ ଉପରେ ମତ ରଖି ଶିବ ସେନାର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଶବ୍ଦର ଖେଳକୁ ଏଡ଼ାଇ କଂପାନି ସିଧାସଳଖ କ୍ଷମା ପ୍ରାର୍ଥନା କରୁ। ସେହିଭଳି କେଏଫ୍‌ସି ଏବଂ ପିଜା ହଟ୍ ମଧ୍ୟ ଏହି ପ୍ରସଙ୍ଗର‌େ କ୍ଷମା ମାଗିଛନ୍ତି। ପାକିସ୍ତାନରେ ଥିବା ଏହି କଂପାନୀର ସହଯୋଗୀ ସଂସ୍ଥା କାଶ୍ମୀର ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରି ଟୁଇଟ୍ କରିଥିବାରୁ ସେମା‌େନ‌‌ ଏହାର ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe