ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର (୧୯ ଫେବ୍ରୁଆରି ୨୦୧୯) ନିଜର ସଂସଦୀୟ କ୍ଷେତ୍ର ବାରାଣାସୀଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରରେ ମୋଦି ଡିଜେଲ -ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ଇଞ୍ଜିନ୍କୁ ସବୁଜ ସଙ୍କେତ ଦେଖାଇଛନ୍ତି। ଏହି ଇଞ୍ଜିନ୍କୁ ରେଳବାଇର ବାରାଣାସୀସ୍ଥିତ ଇଞ୍ଜିନ୍ କାରଖାନା ଡିଏଲଡବ୍ଲୁରେ ନିର୍ମିତ କରାଯାଇଛି। ବାରାଣାସୀର ରେଳ ଇଞ୍ଜିନ୍ କାରଖାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବ୍ୟାଙ୍ଗଙ୍କୁ ବି ଭେଟି ସେମାନଙ୍କ କଥା ବୁଝିଥିଲେ।
/sambad/media/post_attachments/wp-content/uploads/2019/02/download-4-13.jpg)
ସୂଚନାଯୋଗ୍ୟ, ବିଶ୍ୱରେ ପ୍ରଥମ ଥର ବାରାଣାସୀର ଡିଜେଲ ରେଳ ଇଞ୍ଜିନ୍ କାରଖାନା ଡିଜେଲ ରେଳ ଇଞ୍ଜିନ୍କୁ ଇଲେକ୍ଟ୍ରିକ୍ ରେଳ ଇଞ୍ଜିନ୍ରେ ବଦଳାଇ ଇତିହାସ ରଚିଛି। ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଜରିଆରେ ସ୍ୱଦେଶୀ ଟେକ୍ନିକ୍ରେ ଏହି ଡିଜେଲ ଇଞ୍ଜିନ୍ ରେଳ କାରଖାନା ଡବ୍ଲୁଏଜିସି ୩ଶ୍ରେଣୀର ଡିଜେଲ ଇଞ୍ଜିନ୍କୁ ବିଜୁଳି ଦ୍ୱାରା ଯେପରି ଚାଲି ହେବେ ସେଭଳି ଭାବେ ନିର୍ମିତ କରାଯାଇଛି।
/sambad/media/post_attachments/wp-content/uploads/2019/02/maxresdefault-6-300x169.jpg)
ଡିଏଲଡବ୍ଲୁ ଦ୍ୱାରା ନିର୍ମିତ ହୋଇଥିବା ଏହି ଇଞ୍ଜିନ୍ ଭାରି ମାଲବାହୀଗାଡିକୁ ଟାଣିବାର କ୍ଷମତା ରହିଛି। ସେହିପରି ଡିଜେଲ ଇଞ୍ଜିନ୍କୁ ବିଜୁଳି ଚାଳିତ ଇଞ୍ଜିନ୍ରେ ପରିବର୍ତ୍ତନ କରିବା ପରେ ଏହି ଇଞ୍ଜିନ୍ କ୍ଷମତା ୯୨ ପ୍ରତିଶତ ବୃଦ୍ଧି ପାଇଛି। ଏହି ଇଞ୍ଜିନ୍ ବିଜୁଳି ଚାଳିତ ହେତୁ ବାୟୁ ପ୍ରଦୂଷଣକୁ ରୋକି ପାରିବ। କେବଳ ଏତିକି ନୁହେଁ ଏହା ଦ୍ୱାରା ପ୍ରତିବର୍ଷ ୧.୯କୋଟି ଟଙ୍କାର ଇନ୍ଧନ ବି ବଞ୍ଚି ପାରିବ। ଏହି ଯୋଜନା ଉପରେ କାମ ୨୦୧୭ ଡିସେମ୍ବର ୨୨ରେ ଆରମ୍ଭ ହୋଇଥିଲା।
Follow Us