କପିରାଇଟ୍ ଉଲ୍ଲଂଘନ: ସୁନ୍ଦର ପିଚାଇ ଓ ଅନ୍ୟ ୫ ଜଣଙ୍କ ନାମରେ ମାମଲା

Advertisment
ଅର୍ଥରାଶିକୁ ମଉଜମସ୍ତି ସହ ତୁଳନା କରନାହିଁ: ଗୁଗୁଲ୍‌ ସିଇଓ

Mint

ମୁମ୍ବାଇ: ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମ (ଏମ୍‌ଆଇଡିସି) ଥାନାରେ କୋର୍ଟଙ୍କ ଆଦେଶକ୍ରମେ ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ ଓ ଅନ୍ୟ ପାଞ୍ଚଜଣଙ୍କ ନାମରେ କପିରାଇଟ୍ ଉଲ୍ଲଂଘନ ନେଇ ଏକ ମାମଲା ରୁଜୁ ହୋଇଛି। ଡାଇରେକ୍ଟର-ପ୍ରଡ୍ୟୁସର ସୁନୀଲ ଦର୍ଶନ ଦାବି କରିଛନ୍ତି ଯେ, ତାଙ୍କର ୨୦୧୭ର ଏକ ଫିଲ୍ମ ‘ଏକ ହସୀନା ଥୀ ଏକ ଦିବାନା ଥା’ ପାଇଁ ସେ କାହାକୁ ଅନୁମତି ଦେଇ ନ ଥିଲେ ମଧ୍ୟ ଏହାକୁ ଗୁଗ୍‌ଲ ମାଲିକାନାରେ ଥିବା ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍ କରାଯାଇଛି। ଏହାକୁ ଭିଡିଓ-ସେୟାରିଂ ପ୍ଲାଟ୍‌ଫର୍ମରେ ଅପ୍‌ଲୋଡ୍ କରି ବହୁଲୋକ ଅର୍ଥ ଉପାର୍ଜନ କରିଛନ୍ତି, ଯଦିଓ ଫିଲ୍ମଟି ହେଉଛି ଏକ ବୌଦ୍ଧିକ ସମ୍ପତ୍ତି। ଦର୍ଶନ କହିଛନ୍ତି ଯେ, ସେ ୟୁଟ୍ୟୁବ୍‌ ଆଗରେ ଅନେକ ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ମଧ୍ୟ ତା’ଠାରୁ କୌଣସି ପ୍ରତିକ୍ରିୟା ମିଳିଲା ନାହିଁ। ତେଣୁ ସେ ବାଧ୍ୟ ହୋଇ କୋର୍ଟଙ୍କ ଆଶ୍ରୟ ନେଲେ। କପିରାଇଟ୍ ଉଲ୍ଲଂଘନ ଆଇନ ୧୯୫୭ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe