Advertisment

ନୌସେନାକୁ ରୋବଟ୍ ଯୋଗାଇବ ‘କୋରାସିଆ’

Advertisment

ଏନ୍‌ଆଇଟି ରାଉରକେଲାରୁ ସୃଷ୍ଟି ହୋଇଥିବା ଓଡ଼ିଆ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନଙ୍କ ଷ୍ଟାର୍ଟଅପ୍ କୋରାସିଆ‌ ଟେକ୍ନୋଲୋଜିସ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କମ୍ପାନି ଭାରତୀୟ ନୌସେନା ସହ ୬୬ କୋଟି....

ଏନ୍‌ଆଇଟି ରାଉରକେଲାରୁ ସୃଷ୍ଟି ହୋଇଥିବା ଓଡ଼ିଆ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନଙ୍କ ଷ୍ଟାର୍ଟଅପ୍ କୋରାସିଆ‌ ଟେକ୍ନୋଲୋଜିସ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କମ୍ପାନି ଭାରତୀୟ ନୌସେନା ସହ ୬୬ କୋଟି....

Untitled-20

ଭୁବନେଶ୍ବର: ଏନ୍‌ଆଇଟି ରାଉରକେଲାରୁ ସୃଷ୍ଟି ହୋଇଥିବା ଓଡ଼ିଆ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନଙ୍କ ଷ୍ଟାର୍ଟଅପ୍ କୋରାସିଆ‌ ଟେକ୍ନୋଲୋଜିସ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କମ୍ପାନି ଭାରତୀୟ ନୌସେନା ସହ ୬୬ କୋଟି ଟଙ୍କାର ଏକ ଗୁରୁତ୍ବପୂର୍ଣ୍ଣ ବୁଝାମଣା କରିଛି। ଏହା ନୌସେନାକୁ ପାଣି ଭିତର (ଅଣ୍ଡର୍‌ୱାଟର) ରୋବଟ୍ ଯୋଗାଇବ। ଗତକାଲି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଶ୍ରୀ ପ୍ରଧାନ ସାକ୍ଷାତ କରିଥିଲେ। ଏହି ସଫଳତା ପାଇଁ ଶ୍ରୀ ଆହୁଜା କମ୍ପାନିକୁ ପ୍ରଶଂସା କରିବା ସହ ଓଡ଼ିଶାର ପ୍ରଯୁକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ ଉଜ୍ଜ୍ବଳ ସମ୍ଭାବନାକୁ ପ୍ରତିଫଳିତ କରୁଥିବା କହିଥିଲେ। 

କୋରାସିଆ ବିକାଶ କରିଥିବା ରୋବଟ୍‌ ଗଭୀର ଜଳ ଭିତରେ କାମ କରିବ। ଫଳରେ ପାଣି ଭିତରେ ଥିବା ଭିତ୍ତିଭୂମିର ସୁରକ୍ଷାଠାରୁ ଆରମ୍ଭ କରି ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଆଦିକୁ ଏହା ସହଜରେ କରିପାରିବ। ଏହା ପାଣି ଭିତରେ ସ୍ଥିତିର ନିରୀକ୍ଷଣ କରିବା, ପରୀକ୍ଷା, ପାଣି ଭିତର ମାଟିର ଅବସ୍ଥା, ଜଳର ଗଭୀରତା ମାପିବା ଆଦି କାମ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଓଡ଼ିଶାରେ ଅନେକ ବୃହତ୍‌ ଓ ମଧ୍ୟମ ଜଳ ଭଣ୍ଡାର, ନଦୀବନ୍ଧ ରହିଛି। ବହୁ ପୁରାତନ ସେତୁ, ନଦୀରେ ନିର୍ମାଣ କାର୍ଯ୍ୟ ଚାଲିଛି। ସେହି ପ୍ରକଳ୍ପଗୁଡ଼ିକରେ ଅଣ୍ଡର୍‌ୱାଟର୍‌ ରୋବଟ୍‌ର ବ୍ୟବହାର କରିବାର ସମ୍ଭାବନା ଉପରେ ମୁଖ୍ୟ ସଚିବ ଶ୍ରୀ ଆହୁଜା ଆଲୋକପାତ କରିଥିଲେ। ଏହି ଅବସରରେ ଦକ୍ଷତା ବିକାଶ ସଚିବ ଭୂପିନ୍ଦର ସିଂହ ପୁନିଆ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe