କରୋନା ପ୍ରଭାବ: ମାର୍ଚ୍ଚରେ କଟିଲେ ୨୮ ଲକ୍ଷ ମୋବାଇଲ୍ ଗ୍ରାହକ

Advertisment

ଓଡ଼ିଶାରୁ କଟିଲେ ୪୭ ହଜାର ଜିଓ, ବିଏସ୍‌ଏନ୍‌ଏଲ ଯୋଡ଼ିଲେ; ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ହରାଇଲେ

ଓଡ଼ିଶାରୁ କଟିଲେ ୪୭ ହଜାର ଜିଓ, ବିଏସ୍‌ଏନ୍‌ଏଲ ଯୋଡ଼ିଲେ; ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ହରାଇଲେ

କରୋନା ପ୍ରଭାବ: ମାର୍ଚ୍ଚରେ କଟିଲେ ୨୮ ଲକ୍ଷ ମୋବାଇଲ୍ ଗ୍ରାହକ

devicemax.com

ଭୁବନେଶ୍ବର: କରୋନା ସଙ୍କଟ ପ୍ରଭାବରେ ଗତ ମାର୍ଚ୍ଚରେ ସାରା ‌ଦେଶର ମୋବାଇଲ୍‌ ଗ୍ରାହକ ସଂଖ୍ୟାରେ ୨୮ ଲକ୍ଷ ୩୬ ହଜାର ହ୍ରାସ ପାଇଛି। ଫଳରେ ମୋଟ୍ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୧୧୫ କୋଟି ୭୭ ଲକ୍ଷ ୪୮ ହଜାର ୫୦୪କୁ ଖସିଆସିଛି। ଗତ ଫେବ୍ରୁଆ‌ରିରେ ୧୧୬ କୋଟିରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ସଂଯୋଗ ଥିଲା।

ଭାରତୀୟ ଦୂରସଂଚାର ନିୟାମକ କତ୍ତୃର୍ପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ ଓଡ଼ିଶା ୪୭, ୫୯୫ ଜଣ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି। ଗତ ଫେବ୍ରୁଆରିରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୩ ଲକ୍ଷ ୭୮ ହଜାର ୭୩୫ ଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୩ ଲକ୍ଷ ୩୧ ହଜାର ୧୪୦କୁ ହ୍ରାସ ପାଇଛି। ରାଜ୍ୟର ମୋଟ୍ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ଜିଓ ପାଖରେ ସର୍ବାଧିକ ୧ କୋଟି ୨୫ ଲକ୍ଷ ୧୫ ହଜାର ୧୩୭ ଜଣ ଗ୍ରାହକ ଅଛନ୍ତି। ଏୟାରଟେଲ୍‌ ପାଖରେ ୧ କୋଟି ୧୪ ଲକ୍ଷ ୨୮ ହଜାର ୩୯୯, ଭୋଡାଫୋନ୍ ଆଇଡିଆ ପାଖରେ ୩୧ ଲକ୍ଷ ୫୯ ହଜାର ୨୮୪ ଓ ବିଏସ୍‌ଏନ୍‌ଏଲ୍‌ ପାଖରେ ୬୨ ଲକ୍ଷ ୨୭ ହଜାର ୯୫୬ ଜଣ ଗ୍ରାହକ ଅଛନ୍ତି। ଗତ ମାର୍ଚ୍ଚରେ ରିଲାଏନ୍ସ ଜିଓ ସର୍ବାଧିକ ୧,୮୯,୫୫୦ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ୫୨,୧୮୮ ନୂତନ ଗ୍ରାହକ ହାସଲ କରିଛି। ମାତ୍ର ଭୋଡାଫୋନ୍ ଆଇଡିଆ ୧,୮୨,୫୦୬ ଓ ଭାରତୀ ଏୟାରଟେଲ୍‌ ୧,୦୬,୮୮୭ ଜଣ ଗ୍ରାହକ ହରାଇଛନ୍ତି। ଏହି ମାସ ୨୫ରୁ ଦେଶରେ ଲକ୍‌ଡାଉନ୍ ଆରମ୍ଭ ହୋଇଥିଲା।

ଗତ ମାର୍ଚ୍ଚରେ ଓଡ଼ିଶା ୫୧୧ ଜଣ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ମଧ୍ୟ ହରାଇଛି। ମୋଟ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ସଂଖ୍ୟା ଗତ ଫେବ୍ରୁଆରିରେ ୨ ଲକ୍ଷ ୧୦ ହଜାର ୫୧୦ ଥିଲା। ମାର୍ଚ୍ଚ ସୁଦ୍ଧା ତାହା ୨ ଲକ୍ଷ ୯ ହଜାର ୯୯୯କୁ ହ୍ରାସ ପାଇଛି। ବିଏସ୍‌ଏନ୍‌ଏଲ୍‌ ପାଖରେ ୧ ଲକ୍ଷ ୮୫ ହଜାର ୭୩୧ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ଅଛନ୍ତି। ମାର୍ଚ୍ଚରେ ବିଏସ୍‌ଏନ୍‌ଏଲ ୧୦୯୮ ଜଣ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ହରାଇଛି। ଭୋଡାଫୋନ୍ ଆଇଡିଆ ଓ ରିଲାଏନ୍ସ ଜିଓ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ବଢ଼ାଇବାରେ ସଫଳ ହୋଇଛନ୍ତି। ଭୋଡାଫୋନ୍ ଆଇଡିଆ ୩୦ ନୂଆ ସଂଯୋଗ ଦେଇଥିବା ବେଳେ ଜିଓ ୫୨୭ ନୂଆ ସଂଯୋଗ ଦେଇଛି। ନୂଆ ଗ୍ରାହକ ଯୋଗ ହେବା ଓ ପୁରୁଣା ଗ୍ରାହକ କଟିବାକୁ ହିସାବ କରିବା ପରେ ମାର୍ଚ୍ଚ ମୋଟ୍ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ସଂଖ୍ୟାରେ ୫୧୧ ହ୍ରାସ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe