Town & Country Magazine
ଲଣ୍ଡନ: କରୋନା ମହମାରୀ ଜନିତ ଆର୍ଥିକ ପ୍ରଭାବରୁ କେହି ବାଦ୍ ପଡ଼ିନାହାନ୍ତି। ବ୍ରିଟେନର ରାଜପ୍ରସାଦ ବକିମହାମ୍ ପ୍ୟାଲେସକୁ ମଧ୍ୟ ପର୍ଯ୍ୟଟକମାନେ ଆସିବା ସଂଖ୍ୟା ହ୍ରାସ ପାଇଛି। ପର୍ଯ୍ୟଟନ ରାଜସ୍ବ ହ୍ରାସ ପାଇଥିବାରୁ ରାଣୀ ଏଲିଜାବେଥ୍-୨ ‘ଜିନ୍’ ବିକି ରାଜସ୍ବ ଭରଣା କରିବାକୁ ପ୍ରୟାସ କରିଛନ୍ତି। ବକିଂହାମ ପ୍ୟାଲେସ ପରିସର ତଥା ରାଣୀଙ୍କ ବଗିଚାରେ ଉପଲବ୍ଧ ବିଭିନ୍ନ ଔଷଧୀୟ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀରୁ ଉକ୍ତ ‘ଜିନ୍’ ପ୍ରସ୍ତୁତ କରାଯାଇଛି। ଫଳରେ ଆଗାମୀ ଦିନରେ ରାଣୀ ପିଇବାକୁ ପସନ୍ଦ କରୁଥିବା ‘ଜିନ୍’କୁ ଗ୍ରାହକମାନେ ମଧ୍ୟ ପିଇବାର ସୁଯୋଗ ପାଇବେ। ଏହି ସ୍ବତନ୍ତ୍ର ପାନୀୟ ପ୍ରସ୍ତୁତିରେ ରାଣୀଙ୍କର ମଧ୍ୟ ସ୍ବତନ୍ତ୍ର ଯୋଗଦାନ ରହିଥିବା କୁହାଯାଉଛି। ଅନଲାଇନରେ ଏହା ବକିଂହାମ୍ ପ୍ୟାଲେସ ୱେବସାଇଟ୍ରେ ଉପଲବ୍ଧ ହେଉଛି। ଗୋଟିଏ ବୋତଲ ଜିନ୍ର ଦାମ ୪୦ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପ୍ରାୟ ୩୭୮୩ ଟଙ୍କା ରହିଛି। କେବଳ ବ୍ରିଟେନରେ ଏହାର ଡେଲିଭରି ଦିଆଯିବ। ଏହି ପାନୀୟ ବିକ୍ରିରୁ ଯେଉଁ ଅର୍ଥ ସଂଗ୍ରହ ହେବ ତାହା ବକିଂହାମ୍ ପ୍ୟାଲେସ୍କୁ ପରିଚାଳନା କରୁଥିବା ସଂସ୍ଥା ରୟାଲ ଟ୍ରଷ୍ଟ କଲେକ୍ସନକୁ ଯିବ। ଖରାଦିନେ ଲୋକଙ୍କ ତୃଷା ମେଣ୍ଟାଇବା ପାଇଁ ଏହି ପାନୀୟର ଯଥେଷ୍ଟ ଚାହିଦା ରହିବ ବୋଲି କୁହାଯାଇଛି। ପର୍ଯ୍ୟଟକମାନେ ଆସିବା କମିଯିବା କାରଣରୁ ବକିଂହାମ୍ ପ୍ୟାଲେସକୁ ୨୨ ନିୟୁତ ଡଲାରର କ୍ଷତି ପହଞ୍ଚିଥିବା ଆକଳନ କରାଯାଇଛି।
Follow Us