ଷ୍ଟକ୍‌ ବଜାରରେ କରୋନା ପ୍ରଭାବ : ସେନ୍‌ସେକ୍ସରେ ୮୦୬ ପଏଣ୍ଟ୍‌ର ହ୍ରାସ, ନିବେଶକ ହରାଇଲେ ୩ ଲକ୍ଷ କୋଟି

Advertisment

ସୁନା ଦାମ୍ ୪୪ ହଜାର ଟଙ୍କା ଟପିଲା

ସୁନା ଦାମ୍ ୪୪ ହଜାର ଟଙ୍କା ଟପିଲା

ଷ୍ଟକ୍‌ ବଜାରରେ କରୋନା ପ୍ରଭାବ : ସେନ୍‌ସେକ୍ସରେ ୮୦୬ ପଏଣ୍ଟ୍‌ର ହ୍ରାସ, ନିବେଶକ ହରାଇଲେ ୩ ଲକ୍ଷ କୋଟି

Image Source: Hindustan Times

ମୁମ୍ବାଇ: କରୋନା ଭୂତାଣୁର ମୁକାବିଲା ସମ୍ଭବ ହେଉନଥିବାରୁ ସାରା ବିଶ୍ବର ନିବେଶକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହା ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବାରୁ ନିବେଶକମାନେ ନିଜ ପାଖରେ ଥିବା ସେୟାରକୁ ବିକ୍ରି କରିଦେଉଛନ୍ତି। ଏହାର ପ୍ରଭାବରେ ଆଜି ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସେନ୍‌ସେକ୍‌ସରେ ୮୦୬ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ଘଟିଛି। ଏଥି ସହିତ ସେମାନେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ସହିଛନ୍ତି। ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଦକ୍ଷିଣ କୋରିଆ, ଇଟାଲି ଏବଂ ଇରାନକୁ ବ୍ୟାପୀ ଥିବାରୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଖବର ପ୍ରଚାରିତ ହେବା ପରେ ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ କାରବାର ଆଜି ମାନ୍ଦା ରହିଥିଲା। ‌ତାହାର ପ୍ରତିଫଳନ ବମ୍ବେ ଷ୍ଟକ ବଜାର କାରବାର ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ସେନ୍‌ସେକ୍ସ ୮୦୬ ପଏଣ୍ଟ୍‌ ହ୍ରାସ ପାଇ ୪୦,୩୬୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍‌ଟି ୨୪୨ ପଏଣ୍ଟ୍‌ ହ୍ରାସ ପାଇ ୧୧,୮୩୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଗତ ତିନି ସପ୍ତାହ ଭିତରେ ସେନ୍‌ସେକ୍ସରେ ଗୋଟିଏ ଦିନରେ ଏହା ହେଉଛି ସବୁଠୁ ବଡ଼ ଧରଣର ହ୍ରାସ। ସେନ୍‌ସେକ୍ସରେ ଘଟିଥିବା ହ୍ରାସ ଯୋଗୁଁ ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୧୫୫.୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଗତ ଶୁକ୍ରବାର ମୋଟ ବଜାର ପୁଞ୍ଜି ପରିମାଣ ୧୫୮.୫ ‌ଲକ୍ଷ କୋଟି ଟଙ୍କା ଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ମଧ୍ୟ କୌଣସି ପ୍ରକାରରେ ଷ୍ଟକ ବଜାର କାରବାରକୁ ପ୍ରଭାବିତ କରିପାରିନାହିଁ। ଯେହେତୁ ଏଥର କୌଣସି ବାଣିଜ୍ୟ ବୁଝାମଣା ଘୋଷଣା ହେବାର ନାହିଁ ତେଣୁ ନିବେଶକମାନେ ଟ୍ରମ୍ପ୍‌ଙ୍କ ଗସ୍ତକୁ ଏତେଟା ଗୁରୁତ୍ବ ଦେଉନାହାନ୍ତି।

ସୁନା ଦାମ୍ ୪୪ ହଜାର ଟଙ୍କା ଟପିଲା
ନୂଆଦିଲ୍ଲୀ: କରୋନା ଭୂତାଣୁ ପ୍ରଭାବରେ ଦେଶରେ ସୁନା ମହଙ୍ଗା ହେବାରେ ଲାଗିଛି। ଦିଲ୍ଲୀ ଖୁଚୁରା ବଜାରରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୪,୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ବିଶ୍ବର ବିଭିନ୍ନ ସ୍ଥାନରେ ସୁନା ମହଙ୍ଗା ହେଉଥିବାରୁ ଭାରତରେ ମଧ୍ୟ ଏହାର ଦାମ୍ ବଢ଼ୁଛି। ଷ୍ଟକ ବଜାରରୁ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା କମିଯାଇଥିବାରୁ ନିବେଶକମାନେ ସୁନା କିଣିବା ଆରମ୍ଭ କରିଦେଇଛନ୍ତି। ବିଶ୍ବରେ ଯେତେବେଳେ ବିପଦ ସୃଷ୍ଟି ହୁଏ ନିବେଶକମାନେ ନିଜ ପାଣ୍ଠି ସୁରକ୍ଷିତ ରଖିବା ଲାଗି ସୁନାରେ ହିଁ ନିବେଶ କରନ୍ତି। ଏବେ ସେହିଭଳି ସ୍ଥିତି ସୃଷ୍ଟି ହୋଇଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ସୁନାର ଦାମ୍ ୧୧୨୨ ଟଙ୍କା ବୃଦ୍ଧି ପାଇ ୪୩, ୭୮୮ ଟଙ୍କା ହୋଇଥିବା ବେଳେ ରୁପାର କେଜି ପ୍ରତି ଦାମ୍ ୪୮, ୫୮୫ ଟଙ୍କା ହୋଇଯାଇଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍‌ସ ପିଛା ଦାମ୍ ୧୬୮୩.୯୪ ଡଲାରରେ ପହଞ୍ଚିଛି। ସାତ ବର୍ଷ ଭିତରେ ସୁନାର ଏହା ସର୍ବୋଚ୍ଚ ଦାମ୍ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe