କରୋନା ପ୍ରଭାବ: ଟଙ୍କା ଅତ୍ୟନ୍ତ ଦୁର୍ବଳ, ଡଲାର ଦାମ୍ ୭୬ ଟଙ୍କାରୁ ଅଧିକ

କରୋନା ପ୍ରଭାବ: ଟଙ୍କା ଅତ୍ୟନ୍ତ ଦୁର୍ବଳ, ଡଲାର ଦାମ୍ ୭୬ ଟଙ୍କାରୁ ଅଧିକ

Vote Voice

ମୁମ୍ବାଇ: ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ଚଳିତ ମାସ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରତ୍ୟାହାର କରିନେବା ପରେ ତାହାର ପ୍ରଭାବ ଟଙ୍କା ମୂଲ୍ୟ ଉପରେ ପଡ଼ିଛି। ଆମେରିକୀୟ ଡଲାର ଆହୁରି ମହଙ୍ଗା ହୋଇଯାଇଛି। ଆଜି ଗୋଟିଏ ଆମେରିକୀୟ ଡଲାର କିଣିବା ଲାଗି ଭାରତୀୟ ମୁଦ୍ରାରେ ୭୬ ଟଙ୍କା ୨୯ ପଇସା ଗଣିବାକୁ ପଡ଼ିଛି। ସମଗ୍ର ବିଶ୍ବରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ହୋଇଯାଇଥିବାରୁ ନିବେଶକମାନଙ୍କ ମନୋବଳ ଦୁର୍ବଳ ହୋଇଛି। ଆଗାମୀ ଦିନରେ ଆମେରିକୀୟ ଡଲାର ଦାମ୍ ଆହୁରି ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏକ ଡଲାର ଦାମ୍ ୭୮ ଟଙ୍କାରୁ ଅଧିକ ହୋଇପାରେ ବୋଲି ସେମାନେ କହିଛନ୍ତି। ଡଲାର ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ଘୋଷଣା କରିପାରିବେ। ଏହା ନିଜ ଆଡ଼ୁ କମ୍ ଦାମ୍‌ରେ ଡଲାର ବିକ୍ରି କରିବା ଲାଗି ପଦକ୍ଷେପ ନେଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe