କରୋନା ମୁକାବିଲା, ବିଶ୍ବ ବ୍ୟାଙ୍କ ଦେଲା ୧ ବିଲିଅନ ଡଲାର

Advertisment
୨୦୨୩ରେ ଶକ୍ତି ମୂଲ୍ୟ ୧୧% କମିବ: ବିଶ୍ବବ୍ୟାଙ୍କ

Vanguard

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଛି। ସରକାରା ଏହାର ମୁକାବିଲା କରିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ତେବେ ମୁକାବିଲା ପାଇଁ ବିପୁଳ ପରିମାଣର ଅର୍ଥ ଆବଶ୍ୟକ ହେଉଥିବାରୁ ସରକାର ଏବେ ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଏବଂ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (ଏଆଇଆଇବି) ଭଳି ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ଦ୍ବାରସ୍ଥ ହୋଇଛନ୍ତି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଏହି ଆଲୋଚନା ସହ ଜଡ଼ିତ ଥିବା ‌ଅଧିକାରୀଙ୍କ ସୂତ୍ରରୁ ଏହି ଖବର ମିଳିଛି। ତେବେ ଏହି ଆଲୋଚନା ଚୂଡ଼ାନ୍ତ ହୋଇ ନଥିବାରୁ ଅଧିକାରୀମାନେ ସେମାନଙ୍କ ପରିଚୟ ଗୋପନ ରଖିବାକୁ କହିଛନ୍ତି। ଚୀନ୍ ପରେ ଭାରତ ବିଶ୍ବର ଦ୍ବିତୀୟ ଜନବହୁଳ ଦେଶ। ଏହି ଦେଶରେ ଯେଭଳି ଅଧିକ ଲୋକଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖାଯାଇ ପାରିବ ସେ ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ତେବେ ଅର୍ଥ ମନ୍ତ୍ରାଳୟ, ଏଆଇଆଇବି ଏବଂ ଏଡିବିର ପ୍ରବକ୍ତାଙ୍କ ମତାମତ ଏ ନେଇ ତୁରନ୍ତ ମିଳିପାରି ନାହିଁ। ତେବେ ବିଶ୍ବ ବ୍ୟାଙ୍କ ପକ୍ଷରୁ ଭାରତକୁ ୧ ବିଲିଅନ ଡଲାରର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବିଶ୍ବବ୍ୟାଙ୍କ ପ୍ରଦାନ କରିଥିବା ଅର୍ଥ ସମେତ ଏସବୁ ସଂସ୍ଥାରୁ ମିଳିବାକୁ ଥିବା ଅର୍ଥକୁ ଭାରତ ସରକାର ଟେଷ୍ଟିଂ କିଟ୍, ଭେଣ୍ଟିଲେଟର, ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ କିଣିବା, ଡାକ୍ତରଖାନାର ସାଧାରଣ ଶଯ୍ୟାକୁ ଆଇସିୟୁରେ ରୂପାନ୍ତରିତ କରିବା ଆଦିରେ ବିନିଯୋଗ କରିବେ।

ଭାରତରେ ଅବସ୍ଥାପିତ ବିଶ୍ବବ୍ୟାଙ୍କର ନିର୍ଦ୍ଦେଶକ ଜୁନେଦ ଅହମ୍ମଦ କହିଛନ୍ତି, କରୋନା ମହାକାରୀ ସ୍ବାସ୍ଥ୍ୟ କ୍ଷେତ୍ରରେ କେବଳ ଏକ ଆହ୍ବାନ ନୁହେଁ। ବଡ଼ ଧରଣର ସାମାଜିକ ଏବଂ ଅର୍ଥନୈତିକ ପ୍ରଭାବ ଏହାର ରହିଛି। ଲୋକଙ୍କ ଜୀବିକାର ସୁରକ୍ଷା ପାଇଁ ଆମେ ସରକାରଙ୍କ ସହ ତାଳ ଦେଇ କାମ କରୁଛୁ ବୋଲି ସେ କହିଛନ୍ତି। ସହରରେ କାମ କରୁଥିବା ଲୋକ ବସ୍ ଏବଂ ଟ୍ରେନ୍ ସେବା ବନ୍ଦ ସତ୍ତ୍ବେ ଶହ ଶହ କିଲୋମିଟର ଚାଲି ଚାଲି ଗାଁକୁ ଫେରି ଯାଉଛନ୍ତି। ଏହାଦ୍ବାରା ଗ୍ରାମାଞ୍ଚାଳରେ ଅଧିକରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି। ତେଣୁ ଭାରତରେ ଲୋକଙ୍କ କରୋନା ପରୀକ୍ଷା ବଢ଼ାଇବା ଆବଶ୍ୟକତା ରହିଛି। ଏପ୍ରିଲ ୩ ତାରିଖ ସୁଦ୍ଧା ଦେଶରେ ମାତ୍ର ୬୬ ହଜାର ଲୋକଙ୍କ କରୋନା ପରୀକ୍ଷା ହୋଇଛି। ଆମେରିକା ଏବଂ ଦକ୍ଷିଣ କୋରିଆ ଭଳି ଦେଶରେ ‌ପରୀକ୍ଷା ହୋଇଥିବା ଲୋକଙ୍କ ତୁଳନାରେ ଏହା ଖୁବ୍ କମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe