ହୃଦରୋଗୀଙ୍କ ପାଇଁ ଖୁସୀ ଖବର: ଶସ୍ତା ହେବ କରୋନାରି ଷ୍ଟେଣ୍ଟ୍‌ସ

Advertisment
ହୃଦରୋଗୀଙ୍କ ପାଇଁ ଖୁସୀ ଖବର: ଶସ୍ତା ହେବ କରୋନାରି ଷ୍ଟେଣ୍ଟ୍‌ସ

Times of India

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକାରେ ଜୀବନ ରକ୍ଷାକାରୀ କରୋନାରି ‌ଷ୍ଟେଣ୍ଟ୍‌ସକୁ ସାମିଲ କରାଯାଇଥିବାରୁ ଆଗାମୀ ଦିନରେ ତାହା କମ୍‌ ଦାମ୍‌ରେ ଉପଲବ୍ଧ ହେବ। ଆଗାମୀ ଦିନରେ ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍‌ପିପିଏ) ଏହି ଷ୍ଟେଣ୍ଟ୍‌ସର ମୂଲ୍ୟ ନିର୍ଧାରଣ କରିବେ। କରୋନାରି ଷ୍ଟେଣ୍ଟ୍‌ସକୁ ଜାତୀୟ ତାଲିକାରେ ସାମିଲ କରିବା ଲାଗି ବିଶେଷଜ୍ଞ କମିଟି ସୁପାରିସ କରିଥିଲା।

ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକା ପ୍ରସ୍ତୁତି ଏବଂ ସେଥିରେ ସଂଶୋଧନ ଲାଗି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୨୦୧୮ରେ ଷ୍ଟାଣ୍ଡିଂ ନ୍ୟାସନାଲ୍ କମିଟି ଗଠନ କରାଯାଇଥିଲା। ସେହି କମିଟି ଚଳିତ ବର୍ଷ ସେପ୍ଟେମ୍ବରରେ ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ମନ୍ତ୍ରାଳୟ ଗ୍ରହଣ କରିଛି। ନଭେମ୍ବର ୬ ତାରିଖରେ କରୋନାରି ଷ୍ଟେଣ୍ଟ୍‌ସକୁ ଉକ୍ତ ତାଲିକାରେ ସାମିଲ କରିବାକୁ କମିଟି ପ୍ରସ୍ତାବ ଦେବା ପରେ ତାହା ମଧ୍ୟ ଗ୍ରହଣୀୟ ହୋଇଛି। ତାଲିକାରେ ବେୟାର ମେଟାଲ୍ ଷ୍ଟେଣ୍ଟ୍‌ସ ଓ ଡ୍ରଗ୍ ଏଲୁଟିଂ ଷ୍ଟେଣ୍ଟ୍‌ସକୁ ସାମିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe