ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା: ଭାରତୀୟ କମ୍ପାନୀ ଉପରୁ କମିଲା କର୍ପୋରେଟ୍‌ ଟ୍ୟାକ୍ସ୍‍

Advertisment
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା: ଭାରତୀୟ କମ୍ପାନୀ ଉପରୁ କମିଲା କର୍ପୋରେଟ୍‌ ଟ୍ୟାକ୍ସ୍‍

Image Source: Hindustan Times

ଗୋଆ: ଭାରତୀୟ କମ୍ପାନିଗୁଡ଼ିକ ଉପରୁ କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ କରାଯାଇଥିବା କଥା ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଆଜି ଗୋଆରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକ ପୂର୍ବରୁ ଏହି ଘୋଷଣା କରାଯାଇଛି।

ସୀତାରମଣ କହିଛନ୍ତି, ଭାରତୀୟ କମ୍ପାନୀଗୁଡ଼ିକ ଉପରୁ କର୍ପୋରେଟ୍‌ ଟ୍ୟାକ୍ସ୍‍ ହ୍ରାସ କରିବା ନିମିତ୍ତ ଅଧ୍ୟାଦେଶକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ଜୁନ୍‌ କ୍ୱାର୍ଟର୍‌ରେ ଛଅ ବର୍ଷ ମଧ୍ୟମଭାରତୀୟ କମ୍ପାନିଗୁଡ଼ିକ ଉପରୁ ୨୨% ଏବଂ ନୂତନ ଭାରତୀୟ ନିର୍ମାଣକାରୀ କମ୍ପାନିଗୁଡ଼ିକ ଉପରୁ ୧୫% କର୍ପୋରେଟ୍‌ ଟ୍ୟାକ୍ସ୍‍ ହ୍ରାସ କରାଯିବ। ଏହା ୨୦୧୯-୨୦ ବର୍ଷ ପାଇଁ ଲାଗୁ ହେବ। ଅର୍ଥାତ୍‌ ଏପ୍ରିଲ୍‌ ପହିଲାରୁ ଆରମ୍ଭ ହୋଇଥିବା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

publive-image Image Source: India Today

ଗୋଆରେ ଅର୍ଥମନ୍ତ୍ରୀ କହିଛନ୍ତି, ଟିକସ ରିହାତି ମେକ୍‌ ଇନ୍‌ ଇଣ୍ଡିଆ ପାଇଁ ଅଧିକ ପୁଞ୍ଜି ବିନିଯୋଗ କରାଇବ, କର୍ମସଂସ୍ଥାନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ାଇବ ଏବଂ ଏଥିଯୋଗୁଁ ଅଧିକ ରାଜସ୍ୱ ଆସିବ।

ଜୁନ୍‌ କ୍ୱାର୍ଟର୍‌ରେ ଛଅ ବର୍ଷ ମଧ୍ୟରେ ୫%କୁ ଖସି ଆସିଥିବା ଅଭିବୃଦ୍ଧିର ଉତ୍ଥାନ ପାଇଁ ସରକାର ଗତ ସପ୍ତାହରେ କେତେଗୁଡ଼ିଏ ପଦକ୍ଷେପ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe