ପାନ ମସଲାର ବିଜ୍ଞାପନ କରି ଫସିଲେ ତିନିଜଣ ଅଭିନେତା

Advertisment

ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଏକ ବିବାଦରେ ଫସି ଯାଇଛନ୍ତି।ବିମଲ ପାନ ମସାଲାର ଏକ ବିବାଦୀୟ ବିଜ୍ଞାପନକୁ ନେଇ ଜୟପୁର ଉପଭୋକ୍ତା ଫୋରମ୍ ଏହି ତିନି ଅଭିନେତାଙ୍କୁ ନୋଟିସ୍ ଜାରି କରିଛି।

ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଏକ ବିବାଦରେ ଫସି ଯାଇଛନ୍ତି।ବିମଲ ପାନ ମସାଲାର ଏକ ବିବାଦୀୟ ବିଜ୍ଞାପନକୁ ନେଇ ଜୟପୁର ଉପଭୋକ୍ତା ଫୋରମ୍ ଏହି ତିନି ଅଭିନେତାଙ୍କୁ ନୋଟିସ୍ ଜାରି କରିଛି।

dwasdew

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଏକ ବିବାଦରେ ଫସି ଯାଇଛନ୍ତି।ବିମଲ ପାନ ମସାଲାର ଏକ ବିବାଦୀୟ ବିଜ୍ଞାପନକୁ ନେଇ ଜୟପୁର ଉପଭୋକ୍ତା ଫୋରମ୍ ଏହି ତିନି ଅଭିନେତାଙ୍କୁ ନୋଟିସ୍ ଜାରି କରିଛି।

ଜୟପୁର ଉପଭୋକ୍ତା ଫୋରମ୍  ଏହି ବିଜ୍ଞାପନକୁ ଗ୍ରାହକଙ୍କ ପାଇଁ ଭ୍ରାମକ ଏବଂ ପ୍ରତାରଣାପୂର୍ଣ୍ଣ ବୋଲି କହିଛି। ତିନିଜଣ ଅଭିନେତାଙ୍କ ବିରୋଧରେ ନୋଟିସ ଜାରି କରାଯାଇ ସେମାନଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

 ଏହି ମ‌ାମଲା ବିଜ୍ଞାପନର ଟ୍ୟାଗଲାଇନ୍, 'ଦାନେ ଦାନେ ମେ ‌ହୈ କେସର କା ଦମ’ ସମ୍ବନ୍ଧୀୟ ରହିଛି । ଏହି ଟ୍ୟାଗଲାଇନ୍‌କୁ ଭ୍ରାମକ ବୋଲି ବର୍ଣ୍ଣନା କରାଯାଇଛି।

ଜୟପୁର ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ (କମିଶନ) କେବଳ ତିନିଜଣ ବଲିଉଡ୍ ଅଭିନେତାମାନଙ୍କୁ ନୁହେଁ ବରଂ ବିମଲ ପାନ ମସଲାର ନିର୍ମାତାମାନଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି। କମିଶନର ଅଧ୍ୟକ୍ଷ ଗ୍ୟାରସିଲାଲ ମୀଣା ଏବଂ ସଦସ୍ୟ ହେମଲତା ଅଗ୍ରୱାଲଙ୍କ ଖଣ୍ଡପୀଠ ଏହି ନୋଟିସ ଜାରି କରିଛନ୍ତି। ନୋଟିସରେ ଅଭିନେତା ଏବଂ ବିମଲ ପାନ ମସଲାର ନିର୍ମାତାମାନଙ୍କୁ ମାର୍ଚ୍ଚ ୧୯ରେ ବ୍ୟକ୍ତିଗତ ଭାବରେ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ମାଧ୍ୟମରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe