ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ମେଗା ଅଟୋ ଏକ୍ସପୋରେ ଭାରତରେ ନିର୍ମିତ ପ୍ରଥମ ସୌରଚାଳିତ କାର୍ ପ୍ରଦର୍ଶିତ ହୋଇଛି। ଭେଭି ମୋବିଲିଟି ପକ୍ଷରୁ ଏହି କାର୍ ନିର୍ମାଣ କରାଯାଇଛି। ୩ଟି ଭାରିଆଣ୍ଟ୍ର କାର୍ ହେଲା ନୋଭା, ଷ୍ଟେଲା ଏବଂ ଭେଗା। ଏହି କାର୍ର ଏକ୍ସ ସୋରୁମ୍ ମୂଲ୍ୟ ୩ ଲକ୍ଷ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ବ୍ୟାଟେରିକୁ ସବ୍ସ୍କ୍ରିପସନ୍ ଆକାରରେ ମଧ୍ୟ ନେବାର କିମ୍ବା କିଣିବାର ସୁଯୋଗ ରହିଛି। ବ୍ୟାଟେରି ସହିତ ଏହି କାର୍କୁ କିଣିଲେ ଏହାର ଦାମ୍ ୩ ଲକ୍ଷ ୯୯ ହଜାର ଟଙ୍କା ରହିବ। ତେବେ ଉପରୋକ୍ତ ଦୁଇଟି ଯାକ ମୂଲ୍ୟ ପ୍ରଥମ ୨୫ ହଜାର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ୨୦୨୬ରେ ଏହି କାର୍ର ଡେଲିଭରି ଆରମ୍ଭ ହେବ ବୋଲି ଆଶା ରଖାଯାଇଛି।
ଦେଶର ପ୍ରଥମ ସୌରଶକ୍ତି ଚାଳିତ କାର୍ ପ୍ରଦର୍ଶିତ
Advertisment
Follow Us