କୋଭିଡ୍-୧୯: ଜ‌ଣେ ଯାତ୍ରୀଙ୍କ ପାଇଁ ଦୁଇଟି ସିଟ୍ ବୁକିଙ୍ଗ୍ ବ୍ୟବସ୍ଥା ଆରମ୍ଭ କଲା ଇଣ୍ଡିଗୋ

Advertisment
କୋଭିଡ୍-୧୯: ଜ‌ଣେ ଯାତ୍ରୀଙ୍କ ପାଇଁ ଦୁଇଟି ସିଟ୍ ବୁକିଙ୍ଗ୍ ବ୍ୟବସ୍ଥା ଆରମ୍ଭ କଲା ଇଣ୍ଡିଗୋ

Image Courtesy of The Hindu

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ପାଇଁ ଶୁକ୍ରବାର ଦିନ ଇଣ୍ଡିଗୋ ଏୟାର୍‌ଲାଇନ୍ ଏକ ନୂଆ ଯୋଜନା ଆରମ୍ଭ କରିଛି। ବ୍ୟବସ୍ଥାଟି ହେଉଛି କରୋନାଭାଇରସ୍ ମହାମାରୀ ସମୟରେ ଜଣେ ଯାତ୍ରୀ ଅଧିକ ନିରାପଦ ରହିବାକୁ ବିମାନରେ ଦୁଇଟି ସିଟ୍ ବୁକିଙ୍ଗ୍ କରିପାରିବେ।

ଏକ ବିବୃତିରେ ଏୟାର୍‌ଲାଇନ୍ କହିଛି, ‘ଦ୍ବିତୀୟ ସିଟ୍‌ ବୁକିଙ୍ଗ୍‌ ପାଇଁ ପ୍ରକୃତ ବୁକିଙ୍ଗ୍ ମୂଲ୍ୟର ୨୫% ଲାଗିବ। ୨୦୨୦ ଜୁଲାଇ ୨୪ ତାରିଖରୁ ଯାତ୍ରା ପାଇଁ ଏହି ବ୍ୟବସ୍ଥା ଲାଗୁହେବ।

ସ୍ବଳ୍ପ ମୂଲ୍ୟରେ ବିମାନ ସେବା ଯୋଗାଉଥିବା ଇଣ୍ଡିଗୋ କହିଛି, ‘୬ଇ ଡବଲ୍ ସିଟ୍’ ଯୋଜନା ଟ୍ରା‌ଭେଲ୍ ପୋର୍ଟାଲସ୍, ଇଣ୍ଡିଗୋ କଲ୍ ସେଣ୍ଟର୍ କିଂବା ଏୟାର୍‌ପୋର୍ଟ କାଉଣ୍ଟର୍‌ରେ ଉପଲବ୍ଧ ହେବନାହିଁ। କେବଳ ଇଣ୍ଡିଗୋ ୱେବ୍‌ସାଇଟ୍‌ ଜରିଆରେ ଏହି ଯୋଜନା ଉପଲବ୍ଧ ହୋଇପାରିବ।

publive-image Image Courtesy of Hindustan Times

ଜୁନ୍ ୨୦ରୁ ଜୁନ୍ ୨୮ ତାରିଖ ମଧ୍ୟରେ ୨୫, ୦୦୦ ଯାତ୍ରୀଙ୍କ ମଧ୍ୟରେ ଇଣ୍ଡିଗୋ କରିଥିବା ସର୍ଭେ ଅନୁସାରେ, ବିମାନଯାତ୍ରୀମାନଙ୍କର ପ୍ରଧାନ ଚିନ୍ତାର କାରଣ ହେଉଛି ଅନ୍ୟ ଯାତ୍ରୀମାନେ ଲୌକିକ ଦୂରତା ଅବଲମ୍ବନ ନ କରିବା।

ଶୁକ୍ରବାର ଦିନ ଇଣ୍ଡିଗୋର ମୁଖ୍ୟ ପରିଚାଳନା ଓ ‌ରାଜସ୍ବ ଅଧିକାରୀ ସଞ୍ଜୟ କୁମାର କହିଛନ୍ତି, ଏ ସମୟରେ ବିମାନ ଯାତ୍ରା ସବୁଠୁ ନିରାପଦ ‌ହୋଇଥିଲେ ମଧ୍ୟ ନିରାପତ୍ତା ନିମନ୍ତେ ଗ୍ରାହକମାନଙ୍କର ଆବଶ୍ୟକ ଆବେଗକୁ ଆମେ ବୁଝିପାରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe