କୋଭିଡ୍‌-୧୯: ୯ ମାସରେ ପ୍ରତ୍ୟକ୍ଷ ସେବା ଯୋଗାଉଥିବା ୭୦୦ ରେଳବାଇ କର୍ମଚାରୀଙ୍କର ମୃତ୍ୟୁ; ୩୦, ୦୦୦ ସଂକ୍ରମିତ

Advertisment
କୋଭିଡ୍‌-୧୯: ୯ ମାସରେ ପ୍ରତ୍ୟକ୍ଷ ସେବା ଯୋଗାଉଥିବା ୭୦୦ ରେଳବାଇ କର୍ମଚାରୀଙ୍କର ମୃତ୍ୟୁ; ୩୦, ୦୦୦ ସଂକ୍ରମିତ

Image Courtesy of Zee News

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ କାରଣରୁ ଗତ ୯ ମାସ ମଧ୍ୟରେ ପ୍ରତ୍ୟକ୍ଷ ସେବା ଯୋଗାଉଥିବା ୭୦୦ କର୍ମଚାରୀଙ୍କୁ ରେଳବାଇ ହରାଇଥିବା କଥା ଏକ ବିଶେଷସୂତ୍ରରୁ ଜଣାପଡ଼ିଛି। ଏହା ବ୍ୟତୀତ, ରେଳବାଇର ସମୁଦାୟ ୩୦,୦୦୦ କର୍ମଚାରୀ କରୋନାଭାଇରସ୍‌ଦ୍ୱାରା ସଂକ୍ରମିତ ହୋଇଛନ୍ତି। ମହାମାରୀ ସମୟରେ ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ରେଳ ଚଳାଚଳରେ ସମ୍ପୃକ୍ତ ଥିବା ଅଧିକାଂଶ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀରେ ରେଳବାଇ ବୋର୍ଡ ଚେୟାର୍‌ମ୍ୟାନ୍‌ କହିଛନ୍ତି ଯେ, ଏପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ରେଳବାଇ କର୍ମଚାରୀ କରୋନାଭାଇରସ୍‌ଦ୍ୱାରା ସଂକ୍ରମିତ ହୋଇଛନ୍ତି। ମହାମାରୀ ସମୟରେ ଜନତାଙ୍କ ସେବା ପାଇଁ କର୍ମଚାରୀଙ୍କ ତ୍ୟାଗକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

publive-image Image Courtesy of The Economic Times

ସେ ଆହୁରି ମଧ୍ୟ କହିଛନ୍ତି, ଏକଥା ସତ ଯେ, ରେଳବାଇର ୩୦୦୦୦ ରେଳବାଇ କର୍ମଚାରୀ କୋଭିଡ୍‌-୧୯ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ, ଉନ୍ନତ ଧରଣର ଚିକିତ୍ସା ଯୋଗାଇବାରୁ ଆମ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇଗଲେ। ଅବଶ୍ୟ କେତେ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିବା ଦୁଃଖର କଥା। ପ୍ରତି ଜୋନ୍‌ ଏବଂ ଡିଭିଜନ୍‌ରେ ରେଳବାଇ କୋଭିଡ୍‌ କେୟାର୍‌ ସେଣ୍ଟର୍‌ ଏବଂ କୋଭିଡ୍‌ କେୟାର୍‌ ଫ୍ୟାସିଲିଟି ଖୋଲିଛି। ଆମେ ପ୍ରତି କର୍ମଚାରୀଙ୍କର ଯତ୍ନ ନେଇଛୁ।

ପ୍ରାରମ୍ଭରୁ କେବଳ କୋଭିଡ୍‌ ଚିକିତ୍ସା ନିମନ୍ତେ ୫୦ଟି ଡାକ୍ତରଖାନା ଥିଲା। ଏବେ ଡାକ୍ତରଖାନା ସଂଖ୍ୟା ୭୪ରେ ପହଞ୍ଚିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe