୫ଜି ସହିତ କୋଭିଡ୍‌ର ସମ୍ପର୍କ ନାହିଁ: ସରକାର

୫ଜି ସହିତ କୋଭିଡ୍‌ର ସମ୍ପର୍କ ନାହିଁ: ସରକାର

Forbes

ନୂଆଦିଲ୍ଲୀ: ୫ଜି ବିରୋଧରେ ତ୍ରୁଟିପୂର୍ଣ୍ଣ ମାମଲା ରୁଜୁ କରିଥିବାରୁ ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲାଙ୍କ ଉପରେ ଦିଲ୍ଲୀ ହାଇକୋର୍ଟ ୨୦ ଲକ୍ଷ ଟଙ୍କର ଜରିମାନା ଲାଗୁ କରିବା ପରେ ଆଜି ସରକାର କହିଛନ୍ତି ଯେ କୋଭିଡ୍ ସଂକ୍ରମଣ ବ୍ୟାପିବା ସହ ୫ଜି କିମ୍ବା ୫ଜି ସେବା ଉପଯୋଗୀ ମୋବାଇଲ୍ ଟାୱାରରୁ ହେଉଥିବା ବିକିରଣର କୌଣସି ସମ୍ପର୍କ ନାହିଁ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦିଆଯାଇଛି। ୫ଜିକୁ ନେଇ ରହିଥିବା କେତେ ଅପପ୍ରଚାର ବିଷୟରେ ସରକାର ସ୍ପଷ୍ଟ ତଥ୍ୟ ଦେଇଛନ୍ତି।

୫ଜି ନେଟ୍‌ୱର୍କରେ କରୋନା ବ୍ୟାପିବା ହେଉଛି ମିଥ୍ୟା ପ୍ରଚାର। କରୋନା ଭୂତାଣୁ ରେଡିଓ ତରଙ୍ଗ କିମ୍ବା ମୋବାଇଲ୍‌ ନେଟ୍‌ୱର୍କ ଜରିଆରେ ବ୍ୟାପିବ ନାହିଁ। ୫ଜି ଟାୱାର ନଥିବା ଦେଶରେ ମଧ୍ୟ କରୋନା ବ୍ୟାପୁଛି ବୋଲି ସରକାର କହିଛନ୍ତି। ୫ଜି ପ୍ରଯୁକ୍ତିକୁ ନେଇ ହେଉଥିବା ମିଥ୍ୟା ପ୍ରଚାର ଉପରେ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସଂଘ ସିଓଏଆଇ ମଧ୍ୟ ଆପତ୍ତି ଉଠାଇଛି। ବ୍ରିଟେନ୍‌ରେ ସେଭଳି ଅପ୍ରପଚାର ହେବା ପରେ କିଛି ଲୋକ ଟାୱାର ପୋଡ଼ି ଦେଇଥିଲେ। ୫ଜିକୁ ନେଇ ହେଉଥିବା ଅପ୍ରପଚାର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସିଓଏଆଇ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe