ଋଣ ଖାତାରେ ନେଣଦେଣ ୟୁପିଆଇରେ କରିହେବ

Advertisment
ଋଣ ଖାତାରେ ନେଣଦେଣ ୟୁପିଆଇରେ କରିହେବ

ମୁମ୍ବାଇ: ୟୁନାଇଟେଡ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଋଣ ଖାତାରେ ନେଣଦେଣ କରିହେବ। ମୁଦ୍ରା ନୀତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି, ୟୁପିଆଇ ପରିସର ବ୍ୟାପକ ହେବ। ପ୍ରାକ-ମଞ୍ଜୁର ଋଣ (ପ୍ରି-ସାଙ୍କସନ୍ଡ କ୍ରେଡିଟ ଲାଇନ)ରେ ୟୁପିଆଇ ଜରିଆରେ କାରବାର କରିହେବ। ସଂପ୍ରତି ୟୁପିଆଇ କାରବାର ବ୍ୟାଙ୍କର ଜମା ଖାତା ମଧ୍ୟରେ କରାଯାଇ ପାରୁଛି। ୱାଲେଟ ଭଳି ପ୍ରିପେଡ୍ ମାଧ୍ୟମ ଜରିଆରେ ବି ହୋଇପାରୁଛି। କିନ୍ତୁ ଏବେ ପ୍ରାକ୍ ମଞ୍ଜୁର ଋଣ ଖାତାକୁ ଏବଂ ଖାତାରୁ ୟୁପିଆଇ ଜରିଆରେ ଆର୍ଥିକ କାରବାର କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe