ମୁମ୍ବାଇ : ବିଶ୍ୱର ସର୍ବବୃହତ୍ ମୋବାଇଲ୍ ଡାଟା ନେଟ୍ୱର୍କ ଜିଓ ଭାରତର ଅଗ୍ରଣୀ ପ୍ରସାରଣ ସଂସ୍ଥା ଷ୍ଟାର ଇଣ୍ଡିଆ ସହିତ ଏକ ୫ ବର୍ଷୀୟ ସହବନ୍ଧନ ଘୋଷଣା କରିଛି ଯାହା ଦେଶରେ କ୍ରୀଡା ମନୋରଂଜନ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବ। ଜିଓ ଏବଂ ଷ୍ଟାର ମିଳିତ ଭାବରେ ପ୍ରସାରିତ ହେଉଥିବା ସମସ୍ତ ଭାରତୀୟ କ୍ରିକେଟ୍ ମ୍ୟାଚ୍ଗୁଡିକୁ ଜିଓ ଟିଭି ଓ ହଟ୍ଷ୍ଟାର୍ ଜରିଆରେ ଉପଭୋକ୍ତାମାନଙ୍କୁ ଉପଲବ୍ଧ କରାଇବେ। ଏଥିନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସହିତ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଖାଲି ସେତିକି ନୁହେଁ, ପ୍ରଥମଥର ପାଇଁ କ୍ରିକେଟ୍ ପ୍ରସାରଣ, ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ ଏବଂ ହାଇ-ସ୍ପିଡ୍ ନେଟ୍ୱର୍କର ସମ୍ମିଳନ ହୋଇ ଭାରତରେ ସାଧାରଣ ଲୋକ ସେମାନଙ୍କ ମୋବାଇଲ୍ରେ ସର୍ବଶ୍ରେଷ୍ଠ କ୍ରିକେଟ୍ର ମଜା ନେଇପାରିବାର ସୁଯୋଗ ସୃଷ୍ଟି ହୋଇଛି। ଆଜିର ଏହି ସହବନ୍ଧନ ସମ୍ବନ୍ଧରେ ଜିଓର ନିର୍ଦ୍ଦେଶକ ଶ୍ରୀ ଆକାଶ ଅମ୍ବାନୀ କହିଛନ୍ତି ଯେ ‘ଏଥର ଜିଓ ଟିଭି ଜରିଆରେ ଜିଓ ନିଜର ଉପଭୋକ୍ତାମାନଙ୍କୁ ସ୍ୱତନ୍ତ୍ର ସୁବିଧା, ସେବା ଓ ବିଷୟବସ୍ତୁ ପ୍ରଦାନ ଜାରି ରଖିଛି। ଭାରତରେ କ୍ରିକେଟ୍ କେବଳଯେ ଖେଳାଯାଏ ତାହା ନୁହେଁ, ବରଂ ଅନେକ ଏହାର ପୂଜା କରିଥାନ୍ତି। ସେଥିପାଇଁ ସମସ୍ତ ଭାରତୀୟଙ୍କ ନିକଟରେ ସ୍ୱଳ୍ପ ଖର୍ଚରେ ଶ୍ରେଷ୍ଠ ମାନର ଇଣ୍ଟରନେଟ୍ ଜରିଆରେ କ୍ରିକେଟ ଦେଖିପାରିବା ସୁବିଧା ଉପଲବ୍ଧ ହେବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଆମେ ଜିଓ ଉପଭୋକ୍ତାାମାନଙ୍କ ପାଇଁ ଏହି ସହଭାଗିତା ବଳରେ ନେଇଆସିଛୁ କ୍ରୀଡା ଉପଭୋଗ କରିବାର ଏକ ଅନନ୍ୟ ଅନୁଭୁତିର ପ୍ରତିଶ୍ରୁତି। ଆଗାମୀ ଦିନରେ ଏହି ସେବା ଆହୁରି ଅଧିକ ମନୋରଂଜନ ଯୋଗାଇଦେବ ।
ଏବେ ଜିଓଟିଭିରେ ଉପଲବ୍ଧ ହେବ ଭାରତୀୟ କ୍ରିକେଟ ପ୍ରସାରଣ
Advertisment
Follow Us