Patanjali: ପତଞ୍ଜଳି ଏମର୍ଜେନ୍ସି ଆଣ୍ଡ୍‌ କ୍ରିଟିକାଲ୍ କେୟାର ହସ୍ପିଟାଲ୍‌ ଲୋକାର୍ପିତ

Advertisment

ପତଞ୍ଜଳି ଯୋଗପୀଠ ଦ୍ବାରା ପରିଚାଳିତ ପତଞ୍ଜଳି ଏମର୍ଜେନ୍ସି ଆଣ୍ଡ୍‌ କ୍ରିଟିକାଲ୍‌ କେୟାର ହସ୍ପିଟାଲ୍‌କୁ ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି। ଏହା ବିଶ୍ବର ପ୍ରଥମ ହାଇବ୍ରିଡ୍‌ ହସ୍ପିଟାଲ ବୋଲି ସେ କହିଛନ୍ତି।

ପତଞ୍ଜଳି ଯୋଗପୀଠ ଦ୍ବାରା ପରିଚାଳିତ ପତଞ୍ଜଳି ଏମର୍ଜେନ୍ସି ଆଣ୍ଡ୍‌ କ୍ରିଟିକାଲ୍‌ କେୟାର ହସ୍ପିଟାଲ୍‌କୁ ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି। ଏହା ବିଶ୍ବର ପ୍ରଥମ ହାଇବ୍ରିଡ୍‌ ହସ୍ପିଟାଲ ବୋଲି ସେ କହିଛନ୍ତି।

22bbs_84_22012026_112

ହରିଦ୍ବାର: ପତଞ୍ଜଳି ଯୋଗପୀଠ ଦ୍ବାରା ପରିଚାଳିତ ପତଞ୍ଜଳି ଏମର୍ଜେନ୍ସି ଆଣ୍ଡ୍‌ କ୍ରିଟିକାଲ୍‌ କେୟାର ହସ୍ପିଟାଲ୍‌କୁ ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି। ଏହା ବିଶ୍ବର ପ୍ରଥମ ହାଇବ୍ରିଡ୍‌ ହସ୍ପିଟାଲ ବୋଲି ସେ କହିଛନ୍ତି। ତାଙ୍କୁ ପତଞ୍ଜଳିର ପ୍ରତିଷ୍ଠାତା ବାବା ରାମଦେବ, ଆଚାର୍ଯ୍ୟ ବାଲକୃଷ୍ଣ ଶହ ଶହ ସନ୍ଥ, ଛାତ୍ରଛାତ୍ରୀଙ୍କ ସହ ସ୍ବାଗତ କରିଥିଲେ। ଗତକାଲି ଶ୍ରୀ ଶାହ ପତଞ୍ଜଳି ଯୋଗପୀଠରେ ରାତ୍ରିଯାପନ କରିବା ସହ ବାବା ରାମଦେବଙ୍କ ସହିତ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: Social Media: ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବ ଆନ୍ଧ୍ର!

ଏହି ଅବସରରେ ବାବା ରାମଦେବ କହିଛନ୍ତି ଯେ ହସ୍ପିଟାଲରେ ୯୦ରୁ ୯୯ ପ୍ରତିଶତ ପର୍ଯ୍ୟନ୍ତ ରୋଗୀଙ୍କୁ‌ ଯୋଗ, ଆୟୁର୍ବେଦ, ପଞ୍ଚକର୍ମ, ପଞ୍ଚ ମହାଭୁତ ଚିକିତ୍ସା, ଉପବାସ, ଉପାସନା ଆଦି ଜରିଆରେ ଭଲ କରାଯିବ। ସେହିପରି, ଆଚାର୍ଯ୍ୟ ବାଲକୃଷ୍ଣ କହିଥିଲେ ଯେ ବିଶ୍ବର ସବୁଠୁ ବଡ଼ ସମନ୍ବିତ ହସ୍ପିଟାଲ ପତଞ୍ଜଳି ସ୍ଥାପନ କରିଛି। ଯୋଗ, ଆୟୁର୍ବେଦ, ପଞ୍ଚକର୍ମ, ନେଚରପାଥି ଜରିଆରେ ଆମେ ୧ କୋଟି ୩୮ ଲକ୍ଷ ଲୋକଙ୍କ ଚିକିତ୍ସା କରିଛୁ। ହସ୍ପିଟାଲରେ ୨୪ ଘଣ୍ଟିଆ ଜରୁରୀକାଳୀନ ଓ ଟ୍ରମା ସେବା, ଉଚ୍ଚ ମାନର ଆଇସିୟୁ, ହୃଦରୋଗ ସମେତ ବିଭିନ୍ନ ପ୍ରକାର ବିଭାଗ ରହିଛି। ଏମଆରଆଇ, ଡିଜିଟାଲ ଏକ୍ସରେ, ଅଲଟ୍ରାସାଉଣ୍ଡ ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ ବୋଲି ସେ କହିଛନ୍ତି। 

ଆହୁରି ପଢ଼ନ୍ତୁ: Digital India Sales: ରିଲାଏନ୍ସ ଡିଜିଟାଲ୍‌ର ଡିଜିଟାଲ୍‌ ଇଣ୍ଡିଆ ସେଲ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe