ଅଶୋଧିତ ତେଲ ୧୦୦ ଡଲାର ତଳେ

ଇରାନ ସଙ୍କଟ ବଢ଼ାଇବ ତେଲ ଦାମ୍!

abp live

ନୂଆଦିଲ୍ଲୀ: ନିଜ ଆବଶ୍ୟକତାର ୮୪ ପ୍ରତିଶତ ତେଲ ଆମଦାନି କରୁଥିବା ଭାରତ ପାଇଁ ଖୁସି ଖବର। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ତଳକୁ ହ୍ରାସ ପାଇଛି। ସାରା ବିଶ୍ବରେ ମାନ୍ଦାବସ୍ଥା ଦେଖାଦେବାର ଭୟ ଓ ଚୀନ୍‌ରେ କୋଭିଡ୍‌ କଟକଣା ଲାଗୁ କରାଯାଇଥିବାରୁ ତେଲ ଚାହିଦା କମିଛି। ସେଥିପାଇଁ ଏହାର ମୂଲ୍ୟରେ ହ୍ରାସ ଘଟିଛି। ବ୍ରେଣ୍ଟ୍‌ କ୍ରୁଡ୍‌ ଦାମ୍ ୧୦୧ ଡଲାର ଭଳି ସ୍ତରକୁ ହ୍ରାସ ପାଇଥିବା ବେଳେ ୱେଷ୍ଟ୍‌ ଟେକ୍ସାସ୍ ଇଣ୍ଟରମେଡିଏଟ୍‌ କ୍ରୁଡ୍‌ର ଦାମ୍ ୯୮.୪୦ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଛି। ୨୦୨୩ ‌େଶଷ ସୁଦ୍ଧା ତେଲ ଦର ୪୫ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ବ୍ରୋକିଂ ସଂସ୍ଥା ସିଟି ଆକଳନ କରିଥିଲା।

ଆମେରିକାର ବିନିମୟ ମୁଦ୍ରା ଡଲାର ବିଶ୍ବର ଅନ୍ୟ ସବୁ ଦେଶର ମୁଦ୍ରା ତୁଳନାରେ ଶକ୍ତିଶାଳୀ ହୋଇଛି। ତାହାର ପ୍ରଭାବରେ ମଧ୍ୟ ଅଶୋଧିତ ତେଲ ଦାମ୍‌ରେ ବୃଦ୍ଧି ହେଲେ ଡଲାରରେ କାରବାର ହେଉଥିବା ସବୁ ସାମଗ୍ରୀ ମହଙ୍ଗା ହୋଇଯାଏ। ଯେଉଁମାନଙ୍କ ପାଖରେ ଡଲାର ତୁଳନାରେ ଅନ୍ୟ ମୁଦ୍ରା ଅଧିକ ରହିଛି ସେମାନେ ଅସୁବିଧା ସାମ୍ନା କରିଥାନ୍ତି। ଏଭଳି ପରିସ୍ଥିତିରେ ସାଧାରଣତଃ ସେହି ଦେଶଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଅଧିକ ଡଲାର ବ୍ୟୟ କରିବାକୁ ପସନ୍ଦ କରନ୍ତି ଓ ତୈଳ କିଣାରେ ଡଲାର ବ୍ୟବହାର ହ୍ରାସ ପାଏ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏବେ ଦୁଇ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି। ସେଠାରେ ଇନ୍ଧନ ଓ ଶକ୍ତି ମୂଲ୍ୟ ଉଚ୍ଚ ସ୍ତରରେ ଥିବା ବେଳେ ସୁଧ ହାର ମଧ୍ୟ ଅଧିକ ରହିଛି। ତେଣୁ ସେଠାରେ ମାନ୍ଦାବସ୍ଥା ଦେଖାଦେବାର ବଡ଼ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe