ଭାରତ ପାଇଁ ଖୁସି ଖବର : ଅଶୋଧିତ ତୈଳ ଦରବୃଦ୍ଧିରେ ଲାଗିଲା ବ୍ରେକ୍, ଏବେ ବ୍ୟାରେଲ ପିଛା ୮୫ ଡଲାର

ଶସ୍ତା ରୁଷ୍‌ ତେଲ ଯୁଗ ଶୀଘ୍ର ଶେଷ ହେବ: ଦାମ୍ ୬୦ ଡଲାରରୁ ଅଧିକ

The Economic Times

ନୂଆଦିଲ୍ଲୀ: ନିଜ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ତେଲ ଆମଦାନି କରୁଥିବା ଭାରତ ଭଳି ଦେଶ ପାଇଁ ଖୁସି ଖବର। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍‌ରେ ହେଉଥିବା ବୃଦ୍ଧିରେ ବ୍ରେକ୍ ଲାଗିଛି। ତେଲ ଦାମ୍ ହ୍ରାସ ପାଇ ଏବେ ବ୍ୟାରେଲ ପିଛା ୮୫ ଡଲାର ତଳକୁ ଖସିଆସିଛି। ଚଳିତ ବର୍ଷ ଅଗଷ୍ଟ ପରେ ପ୍ରଥମ ଥର ପାଇଁ ତେଲ ଦାମ୍ ଏଭଳି ସ୍ତରକୁ ଖସିଛି ଯାହା ଏକ ଆଶ୍ବସ୍ତିର ବିଷୟ।

ଗତ ମାସରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୮୫ ଡଲାରରୁ ଅଧିକ ହୋଇଥିଲା। ଫଳରେ ଅନ୍ୟ ଦେଶ ଉପରେ ତେଲ ପାଇଁ ନିର୍ଭରଶୀଳ ଥିବା ଦେଶଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଥିଲେ। ଭାରତ ରିହାତି ଦାମ୍‌ରେ ରୁଷ୍‌ରୁ କିଣୁଥିବା ତେଲ ମଧ୍ୟ ମହଙ୍ଗା ହୋଇଥିଲା। ଫଳରେ ଭାରତ ଏହାର ପାରମ୍ପରିକ ବିକ୍ରେତା ଇରାକ ଆଡ଼କୁ ମୁହାଇଁଥିଲା। ତେବେ ସଦ୍ୟତମ ସୂଚନା ଅନୁସାରେ ୟୁଏସ୍‌ ୱେଷ୍ଟ୍‌ ଟେକ୍ସାସ୍‌ ଇଣ୍ଟରମେଡିଏଡ୍‌ ତେଲର ବ୍ୟାରେଲ ପିଛା ଦାମ୍ ୮୪ ଡଲାର ହୋଇଛି। ବ୍ରେଣ୍ଟ୍‌ କ୍ରୁଡ୍‌ ଦାମ୍‌ରେ ମଧ୍ୟ ହ୍ରାସ ଘଟିଛି। ଶୀତ ଦିନ ପାଖେଇ ଆସୁଥିବା ବେଳେ ତୈଳ ଦାମ୍‌ରେ ଏଭଳି ହ୍ରାସ ନିଶ୍ଚିତ ରୂପେ ଉତ୍ସାହଜନକ। ଅବଶ୍ୟ ଅଶୋଧିତ ତୈଳ ଦରରେ ହେଉଥିବା ହ୍ରାସ କିମ୍ବା ବୃଦ୍ଧି ଦ୍ବାରା ଭାରତର ଲୋକମାନେ ଏବେ ଆଉ ସିଧାସଳଖ ପ୍ରଭାବିତ ହେଉନାହାନ୍ତି। କାରଣ ତେଲ କଂପାନିଗୁଡ଼ିକ ତେଲ ଦରରେ ‌ହେଉଥିବା ‌ଦୈନିକ ସଂଶୋଧନ ଧାରାକୁ ବନ୍ଦ କରିଦେଇଛନ୍ତି। ଗତବର୍ଷ ଏପ୍ରିଲ୍‌ ମାସରୁ ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ଏବେ ଅଶୋଧିତ ତେଲ ଦାମ୍‌ରେ ହୋଇଥିବା ହ୍ରାସ ଯେ ପେଟ୍ରୋଲ୍ ଓ ଡିଜେଲ୍‌ ଦର ହ୍ରାସରେ ପରିଣତ ହେବ ତାହା କୁହାଯାଇପାରିବ ନାହିଁ। କିନ୍ତୁ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ତେଲକୁ ନେଇ କିଛିଟା ଖୁସିଖବର ମିଳିବ ବୋଲି ଆଶା କରାଯାଇପାରେ।

ଭାରତୀୟ ତୈଳ କଂପାନିଗୁଡ଼ିକ ଏବେ ରୁଷ୍‌, ଇରାକ, ସାଉଦି ଆରବ ଭଳି ଦେଶରୁ ଅଧିକାଂଶ ତେଲ କିଣୁଛନ୍ତି। ସେଗୁଡ଼ିକୁ ଦେଶ ଭିତରେ ଥିବା ବିଶୋଧନାଗାରରେ ବିଶୋଧନ କରି ପେଟ୍ରୋଲ, ଡିଜେଲ୍ ଓ ଅନ୍ୟାନ୍ୟ ଉତ୍ପାଦ ଉତ୍ପାଦନ କରୁଛନ୍ତି। ଦେଶ ଭିତରେ ବିକ୍ରି ହେଉଥିବା ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ରେ ପ୍ରାୟ ଅଧା ଭାଗ ଟିକସ ରହୁଛି ଯାହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅସୁଲ କରୁଛନ୍ତି। କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଟିକସ ଲଗାଇଥିବା ବେଳେ ରାଜ୍ୟ ସରକାର ଭାଟ୍‌ ଅସୁଲ କରୁଛନ୍ତି। ପେଟ୍ରୋଲିୟମ୍ ସାମଗ୍ରୀକୁ ଜିଏସ୍‌ଟିରେ ସାମିଲ କଲେ ତାହାର ମୂଲ୍ୟ କମ୍ ହେବାର ସମ୍ଭାବନା ରହିଛି। ଏଥିପାଇଁ କେନ୍ଦ୍ର ସରକାର ଦାବି କରୁଥିଲେ ମଧ୍ୟ ରାଜସ୍ବ ହାନି ଭୟରେ ରାଜ୍ୟଗୁଡ଼ିକ ସେହି ପ୍ରସ୍ତାବ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe