ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଁ ବ୍ୟାରେଲ ପିଛା ୬୦ ଡଲାର ନିକଟତର ହୋଇଛି। ଗତବର୍ଷକ ମଧ୍ୟରେ ଏହି ଦର ସର୍ବୋଚ୍ଚ ସ୍ତର ଛୁଇଁଛି। ତୈଳ ଚାହିଦାରେ ଉନ୍ନତି ଆସିଥିଲେ ମଧ୍ୟ ଓପେକ୍ ସମେତ ଅନ୍ୟ ଦେଶଗୁଡ଼ିକ ଯୋଗାଣ ଉପରେ କଟକଣା ଲାଗୁ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। ଗତକାଲି ବ୍ରେଣ୍ଟ୍ କ୍ରୁଡ୍ ଦର ବ୍ୟାରେଲ ପିଛା ୫୯ ଡଲାର ୫୦ ସେଣ୍ଟ୍ସରେ ପହଞ୍ଚିଥିବାବେଳେ ଡବ୍ଲୁଟିଆଇ କ୍ରୁଡ୍ ଦର ୫୬ ଡଲାର ୯୦ ସେଣ୍ଟସ୍ରେ ରହିଛି। ଅନ୍ୟପକ୍ଷରେ ଅଶୋଧିତ ତେଲ ଦର ବୃଦ୍ଧି କାରଣରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଦୁଇଦିନ ଧରି ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ଦେଶରେ ବଢ଼ିଥିବାବେଳେ ଶନିବାର ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଅଶୋଧିତ ତେଲ ଦର ୬୦ ଡଲାର ନିକଟତର
Advertisment
Follow Us