୭୮ ଡଲାର ତଳକୁ ଖସିଲା ଅଶୋଧିତ ତେଲ ଦର

Advertisment
୭୮ ଡଲାର ତଳକୁ ଖସିଲା ଅଶୋଧିତ ତେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୁଧବାର ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ମଙ୍ଗଳବାର ହ୍ରାସକୁ ଦେଖିଲେ ଦୁଇ ଦିନରେ ତେଲ ଦରରେ ପାଖାପାଖି ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଗତ ୩ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଦୁଇଦିନରେ ଏତେମାତ୍ରାରେ ହ୍ରାସ କେବେ ଦେଖାଯାଇ ନଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚୀନରେ କରୋନା ମହାମାରୀ ବୃଦ୍ଧି ପାଇବା ସହିତ ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଆଶଙ୍କାରେ ଅଶୋଧିତ ତେଲ ମୂଲ୍ୟରେ ଏପରି ହ୍ରାସ ଦେଖିବାକୁ ମିଳିଛି। ବ୍ରେଣ୍ଟ୍‌ କ୍ରୁଡ ମୂଲ୍ୟ ବ୍ୟାରେଲ ପିଛା ୪.୨୪ ଡଲାର ବା ୫.୨ ପ୍ରତିଶତ ହ୍ରାସ ଘଟି ୭୭.୫୪ ଡଲାରରେ ରହିଛି। ସେହିଭଳି ୟୁଏସ୍‌ କ୍ରୁଡ୍ ମୂଲ୍ୟ ୪.୦୯ ଡଲାର ବା ୫.୩ ପ୍ରତିଶତ ହ୍ରାସ ଘଟି ୭୨.୮୪ ଡଲାରରେ ପହଞ୍ଚିଛି। ବ୍ରେଣ୍ଟ୍ କ୍ରୁଡ୍ ମୂଲ୍ୟ ଚଳିତ ସପ୍ତାହରେ ପ୍ରାୟ ୯.୪ ପ୍ରତିଶତ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe