thisdaylive.com
ନୂଆଦିଲ୍ଲୀ : ରୁଷିଆ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବା ଖବରର ପ୍ରଭାବ ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି। କେବଳ ଷ୍ଟକ ବଜାର ନୁହେଁ ଅଶୋଧିତ ତୈଳ ବଜାରକୁ ଶାନ୍ତ କରିବାରେ ମଧ୍ୟ ଏହା ସହାୟକ ହୋଇଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ଆଜି ୯୪ ଡଲାର ପାଖାପାଖି ହ୍ରାସ ପାଇଛି। ଏହା ଗତକାଲି ୧୦୦ ଡଲାର ଆଡ଼କୁ ଅଗ୍ରସର ହୋଇଥିଲା ଓ ଦାମ୍ ସାତ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ଯେହେତୁ ଉଭୟ ରୁଷିଆ ଓ ୟୁକ୍ରେନ ହେଉଛନ୍ତି ତୈଳ ଉତ୍ପାଦନ କରୁଥିବା ଦେଶ, ତେଣୁ ସେମାନଙ୍କ ମଧ୍ୟରେ ଯୁଦ୍ଧ ତେଲ ଯୋଗାଣକୁ ପ୍ରଭାବିତ କରିବାର ଆଶଙ୍କା ରହିଥିଲା। ଶେଷ ଥର ଲାଗି ୨୦୧୪ ସେପ୍ଟେମ୍ବରରେ ଅଶୋଧିତ ତୈଳ ଦାମ୍ ୯୬-୯୭ ଡଲାର ସ୍ତରରେ ରହିଥିଲା। ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ଅଶୋଧିତ ତୈଳ ଦର ୨୦ ଡଲାର ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା।
  
 Follow Us