୧୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଭାରତୀୟ ବାସ୍କେଟ୍ ଅଶୋଧିତ ତେଲ ଦର

Advertisment
ଇରାନ ସଙ୍କଟ ବଢ଼ାଇବ ତେଲ ଦାମ୍!

abp live

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ତେଲ ଦର ପୁଣି ବଢିବା ଆରମ୍ଭ କରିଛି । ଜୁନ ୯ରେ ଭାରତୀୟ ବାସ୍କେଟ୍ କ୍ରୁଡ ଅଏଲ ମୂଲ୍ୟ ବ୍ୟାରେଲ ପିଛା ୧୨୧.୨୮ ଡଲାରରେ ପହଞ୍ଚିଛି, ଯାହାକି ଗତ ୧୦ ବର୍ଷରେ ସର୍ବୋଚ୍ଚ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନସ୍ଥ ପେଟ୍ରୋଲିୟମ ପ୍ଲାନିଂ ଏଣ୍ଡ ଆନାଲିସିସ ସେଲ (ପିପିଏସି) ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ପୂର୍ବରୁ ୨୦୧୨ ଫେବ୍ରୁଆରି ମାସରେ ଇଣ୍ଡିଆନ ବାସ୍କେଟ ଦର ଏହି ସ୍ତରରେ ଥିଲା ।

ଗତ ଗୁରୁବାର ଦିନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୧୩ ସପ୍ତାହରେ ସର୍ବୋଚ୍ଚ ସ୍ତରକୁ ଛୁଇଁଥିଲା ।

ପିପିଏସି ତଥ୍ୟରୁ ଜଣାଯାଇଛି ଯେ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୨୯ ମଧ୍ୟରେ ଇଣ୍ଡିଆନ ବାସ୍କେଟ ମୂଲ୍ୟ ହାରାହାରି ୧୧୧.୮୯ ଡଲାର ଥିଲା । ସେହିପରି ମାର୍ଚ୍ଚ ୩୦ରୁ ଏପ୍ରିଲ ୨୭ ମଧ୍ୟରେ ଏହା ୧୦୩ ଡଲାରକୁ ଖସିଆସିଥିଲା ।

ଗୋଟିଏ ପଟେ ଭାରତୀୟ କ୍ରୁଡ ବାସ୍କେଟର ମୂଲ୍ୟ ବଢିଚାଲିଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ଏହା ଫଳରେ ତେଲ କମ୍ପାନିମାନଙ୍କ କ୍ଷତି ବଢିଚାଲିଛି ।

ଏଠାରେ ସୂଚନାଯୋଗ୍ୟ ଯେ ଭାରତୀୟ ବାସ୍କେଟ କ୍ରୁଡ ମୂଲ୍ୟ ହେଉଛି ଭାରତ ଆମଦାନୀ କରୁଥିବା ଅଶୋଧିତ ତେଲର ଏକ ସୂଚକାଙ୍କ ଭାବେ ଧରାଯାଏ । ଏହାକୁ ଦେଖି ଭାରତୀୟ ତେଲ କମ୍ପାନିମାନେ ଦର କମବେଶୀ କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe